ଓଡିଶା

odisha

ETV Bharat / bharat

ମଣିପୁର ଏଏସପିଙ୍କୁ ଅଟକ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ - Manipur ASP detained for flouting lockdown

ଏଏସପି ଥଉନାଓଜାମ୍ ବିନ୍ଦ୍ରା ଙ୍କୁ ଲକଡାଉନ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ 2 ଘଣ୍ଟା ଧରି ଅଟକ ରଖାଯାଇଥିଲା । ଗତ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏସ. ବିରେନ ଡ୍ରଗ୍ସ ଲର୍ଡକୁ ଛାଡିବାକୁ ଚାପ ପକାଉଥିବା ଅଭିଯୋଗ ଆଣିଥିଲେ ଉକ୍ତ ଏଏସପି । ଅଧିକ ପଢନ୍ତୁ...

ମଣିପୁର ଏଏସପିଙ୍କୁ ଅଟକ
ମଣିପୁର ଏଏସପିଙ୍କୁ ଅଟକ

By

Published : Jul 31, 2020, 6:54 AM IST

Updated : Jul 31, 2020, 7:24 AM IST

ଇମ୍ପାଲ: ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଏଏସପିଙ୍କୁ ଅଟକ । ଲକଡାଉନ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଅଟକ ରଖିଲା ପୋଲିସ । 2 ଘଣ୍ଟା ଧରି ଏଏସପିଙ୍କୁ ପଚରାଉଚୁରା କରାଯାଇଥିଲା । ତେବେ କିଛି ଦିନ ପୂର୍ବରୁ ଡ୍ରଗ୍ସ ଲର୍ଡକୁ ଛାଡିବାକୁ ମୁଖ୍ୟମନ୍ତ୍ରୀ ଏସ.ବିରେନ ଚାପ ପକାଉଥିବା ନେଇ ଅଭିଯୋଗ ଆଣିଥିଲେ ଉକ୍ତ ଏସସପି ଜଣକ ।

ଅଭିଯୋଗ ଅନୁସାରେ, ଗତ ସୋମବାର ରାତିରେ ଏଏସପି ଥଉନାଓଜାମ୍ ବିନ୍ଦ୍ରା ମଣିପୁରର ସାଙ୍ଗାଇପ୍ରୋ ଅଞ୍ଚଳରେ ଲକଡାଉନ ଉଲ୍ଲଙ୍ଘନ କରିଥିଲେ । ବିନ୍ଦ୍ରା କାରରେ ଦୁଇ ଜଣ ମଧ୍ୟ ଗସ୍ତ କରୁଥିଲେ । ସେମାନ ସମସ୍ତଙ୍କୁ କ୍ୱାକେଥେଲ, ଏଫସିଆଇ କ୍ରସିଂରେ ମଧ୍ୟ ଅଟକ ରଖାଯାଇଥିଲା ।

ଇମ୍ପାଲର ପଶ୍ଚିମ ଜିଲ୍ଲାର ଏସପି.କେ ମେଘାଚନ୍ଦ୍ରଙ୍କ ଦ୍ବାରା ଜାରି ହୋଇଥିବା ବିବୃତ୍ତିରେ ଦର୍ଶାଯାଇଛି, ତାଙ୍କୁ କାକିଙ୍ଗରେ ତାଙ୍କ ପ୍ରତିପକ୍ଷ ସୂଚନା ଦେଇଛନ୍ତି ଯେ ଧଳା ହୁଣ୍ଡାଇ ଭର୍ନାରେ ଜଣେ ମହିଳା ଯିଏ କି ନିଜକୁ ଅତିରିକ୍ତ ଏଏସପିର ପରିଚୟ ଦେଇଥିଲେ । ତାଙ୍କ ଗାଡିର ସମ୍ପୂର୍ଣ୍ଣ ଯାଞ୍ଚ ହେବା ପୂର୍ବରୁ ସେ ଚାଲିଯାଇଥିଲେ ।

ବିବୃତ୍ତିରେ କୁହାଯାଇଛି ଯେ, ଇମ୍ପାଲ ୱେଷ୍ଟର କଣ୍ଟ୍ରୋଲ ରୁମ ଏବଂ ରାତ୍ରୀ ଡ୍ୟୁଟି ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ସୀମା ଯାଞ୍ଚ ପଏଣ୍ଟକୁ ଏକ ସତର୍କ ସୂଚନା ଜାରି କରାଯାଇଛି।

ମେଘଚନ୍ଦ୍ର ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଗାଡି ଚାଳକମାନେ ପୋଲିସ ସହିତ “ସହଯୋଗ” କରିନଥିଲେ, ସେମାନଙ୍କର ଯାତ୍ରା ବିଷୟରେ ସବିଶେଷ ତଥ୍ୟ ଦେବାକୁ ମନା କରିଦେଇଥିଲେ ଏବଂ ଏକ “ଶତ୍ରୁ ମନୋଭାବ” ମଧ୍ୟ ପ୍ରଦର୍ଶନ କରିଥିଲେ। ଏହା ପରେ ଗାଡି ଯାଞ୍ଚ ପାଇଁ ଅତିରିକ୍ତ ପୋଲିସ ଟିମ୍ ଡକାଯାଇଥିଲା।

ଇମ୍ପାଲ ପଶ୍ଚିମ ଜିଲ୍ଲା ଏସପି କହିଛନ୍ତି ଯେ, ଯାଞ୍ଚ ର ଉଦ୍ଦେଶ୍ୟ କେବଳ କଣ୍ଟେନମେଣ୍ଟ ଜୋନକୁ ବ୍ୟକ୍ତିଙ୍କ ସବିଶେଷ ତଥ୍ୟ ରଖିବା । ବିଶେଷକରି ସେମାନେ 5ଟି କଣ୍ଟେନମେଣ୍ଟ ଜିଲ୍ଲା ଗସ୍ତ କରିଥିଲେ ।

Last Updated : Jul 31, 2020, 7:24 AM IST

ABOUT THE AUTHOR

...view details