ମୁମ୍ବାଇ: 27ଟି କୀଟନାଶକ ଦ୍ରବ୍ୟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ପ୍ରସ୍ତାବ ଆଣିଛି । ଏଥିସହ 45ଦିନ ଭିତରେ ସମସ୍ତଙ୍କ ଠାରୁ ପରାମର୍ଶ ଲୋଡିଛି କେନ୍ଦ୍ର । ଏହି ପ୍ରସ୍ତାବ ପରେ ଚାଷୀମାନେ ବେଶ୍ ଦ୍ବିବିଧାରେ ପଡିଛନ୍ତି । କାରଣ ପ୍ରତିବନ୍ଧକ କୀଟନାଶକ ତାଲିକାରେ ଏପରି 8ରୁ 10ଟି କୀଟନାଶକ ଦ୍ରବ୍ୟ ରହିଛି ଯାହାର ବ୍ୟବହାର ଆମ୍ବ ଚାଷୀମାନେ କରିଥାନ୍ତି । ତେବେ ସେମାନେ ବ୍ୟବହାର କରୁଥିବା ସେହି କୀଟନାଶକ ଦ୍ରବ୍ୟ କିଣିବାକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡେ ନାହିଁ । କିନ୍ତୁ ଆଗାମୀ ଦିନରେ ସେହି କୀଟନାଶକ ଦ୍ରବ୍ୟ ବନ୍ଦ କରି ଦିଆଯାଏ ତେବେ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ।
ଏପରି କିଛି ଆମ୍ବ ଚାଷୀ ମଧ୍ୟ ଅଛନ୍ତି ଯେଉଁମାନେ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି । ଜଣେ ଆମ୍ବ ଚାଷୀ କହିଛନ୍ତି ଯେ, ସରକାର ଯଦି କୀଟନାଶକ ଦ୍ରବ୍ୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଛନ୍ତି ,ଏହା ପଛରେ ଉଚିତ କାରଣ ଥିବ । କାରଣ ସେହି କୀଟନାଶକଦ୍ରବ୍ୟ ଜୀବଜଗତ ପାଇଁ କ୍ଷତିକାରକ ଥାଇ ପାରେ । ତେଣୁ ଚାଷୀମାନେ ଏହାକୁ ସ୍ବୀକାର କରିବା ଉଚିତ ।
ସୂଚନାଥାଉକି, ଆମ୍ବ ଚାଷୀମାନେ ବ୍ୟବହାର କରୁଥିବା କୀଟନାଶକ ଦ୍ରବ୍ୟ ସହଜରେ ଉପଲବ୍ଧ ହୋଇଥାଏ । ସେଗୁଡିକ ଭାରତରେ ପ୍ରସ୍ତୁତ ହେଉଛି । ସ୍ଥାନୀୟ ଆମ୍ବ ଚାଷୀମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁ ନାହିଁ ।
- ସେଥି ମଧ୍ୟରୁ କ୍ବିନାଲ୍ଫୋସ କୀଟନାଶକ ଦ୍ରବ୍ୟ ଆମ୍ବରୁ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ ବ୍ୟବହାର କରାଯାଏ । ଯାହାର ମୂଲ୍ୟ ଲିଟର ପିଛା 400 ଟଙ୍କା ।
- କାର୍ବେନଡାଜିମ ପାଉଡରକୁ ବ୍ୟବହାର କରାଯାଏ ଆମ୍ବକୁ ଫିମ୍ପିରୁ ରକ୍ଷା କରିବା ପାଇଁ । ଯାହାର ମୂଲ୍ୟ କେଜି ପ୍ରତି 500ଟଙ୍କା ।
- କ୍ଲୋରୋପାଇରିଫସ କୀଟନାଶକର ବ୍ୟବହାର କୀଟମାନଙ୍କୁ ଶୁଖେଇ ଦିଏ । ଯାହାର ମୂଲ୍ୟ ପ୍ରତି ଲିଟର 400ଟଙ୍କା ।