ଓଡିଶା

odisha

ETV Bharat / bharat

ଖରାଦିନେ ଶରୀରକୁ ଫିଟ୍ ରଖେ ଫଳଙ୍କ ରାଜା - Mango helpful for our body

ଆମ୍ବ କୋଲେଷ୍ଟ୍ରଲ ବିହିନ ଓ ଲବଣମୁକ୍ତ । ଖରାଦିନେ ଶରୀରକୁ ଅଧିକ ଜଳ ଓ ପ୍ରୋଟିନର ଆବଶ୍ୟକ ଅଛି ଯାହା ଆମ୍ବରୁ ଯଥେଷ୍ଟ ପରିମାଣରେ ମିଳିଥାଏ । ଅଧିକ ପଢନ୍ତୁ...

ଖରାଦିନେ ଶରୀରକୁ ଫିଟ୍ ରଖେ ଫଳଙ୍କ ରାଜା
ଖରାଦିନେ ଶରୀରକୁ ଫିଟ୍ ରଖେ ଫଳଙ୍କ ରାଜା

By

Published : May 27, 2020, 5:38 PM IST

ହାଇଦ୍ରାବାଦ: ଖରାଦିନେ ସମସ୍ତଙ୍କ ଘରେ ଏକ ପରିଚିତ ଫଳ ଆମ୍ବ । ଏହାକୁ ଫଳଙ୍କ ଭିତରେ ରାଜା ବୋଲି କୁହାଯାଏ । ଏହା ଖାଇବା ଦ୍ବାରା ଆମ ଶରୀରରେ ଅନେକ ଉପକାର ହୋଇଥାଏ । ତେବେ ଆମେ ଏହା ସମ୍ପର୍କରେ ଏକ ଉପାଦେୟ ଟିପ୍ସ ଜଣାଇବୁ ଯାହା ଖୁବ୍ କମ ଲୋକ ଜାଣିଥିବେ । ଏହା ଶରୀରକୁ ଫିଟ୍ ରଖିବା ସହ ଓଜନ ହ୍ରାସରେ ସହାୟକ ହୋଇଥାଏ ।

- ଆମ୍ବକୁ ନିଜ ଡାଏଟ୍ ପ୍ଲାନରେ ସାମିଲ କରନ୍ତୁ । ଏହା ଫ୍ୟାଟ୍ ଫ୍ରି ଫଳ ।

- ବ୍ରେକଫାଷ୍ଟ କିମ୍ବା ସନ୍ଧ୍ୟା ସମୟରେ ଆମ୍ବ ଜୁସ ବ୍ୟବହାର କରନ୍ତୁ । ଏଥିରେ ଫାଇବର ଅଧିକ ପରିମାଣରେ ଥାଏ । ଏହା ଶରୀରକୁ ଶକ୍ତି ଦେବା ସହ ସ୍ବାସ୍ଥ୍ୟ ନିୟନ୍ତ୍ରଣରେ ରଖିବ ।

- ୱାର୍କଆଉଟ ପୂର୍ବରୁ ଆମ୍ବ ଖାଆନ୍ତୁ । ଏହା ଶକ୍ତି ଓ କ୍ୟାଲୋରୀ ଯୋଗାଇଥାଏ । ଏଥିରେ କେବେ ହେଲେ ଅଧିକ ଚିନି ଦିଅନ୍ତୁ ନାହିଁ । କାରଣ ଏହା ମୂଳରୁ ମିଠା ଏବଂ ଅତ୍ୟଧିକ ସୁଗାର ଶରୀର ପାଇଁ କ୍ଷତିକାରକ ।

- ଆମ୍ବରେ କୋଲେଷ୍ଟ୍ରଲ ଆଦୌ ନାହିଁ । ଏହାସହ ଆମ୍ବ ଲବଣମୁକ୍ତ ମଧ୍ୟ । ଖରାଦିନେ ଶରୀରକୁ ଅଧିକ ଜଳ ଓ ପ୍ରୋଟିନର ଆବଶ୍ୟକ ଅଛି ଯାହା ଆମ୍ବରୁ ଯଥେଷ୍ଟ ପରିମାଣରେ ମିଳିଥାଏ ।

- ଆମ୍ବରେ ଭିଟାମିନ୍ ସି, ଭିଟାମିନ୍ ଏ, ଆଇରନ, କପର, ପଟ୍ଟାସିୟମ ଅଧିକ ପରିମାଣରେ ଥାଏ । ଶରୀର ପାଇଁ ଏସବୁ ଦରକାରୀ । କ୍ୟାଲୋରୀ ବଢାଇବାରେ ଏସବୁ ସାହାଯ୍ୟ କରେ । ଏହିସବୁ ପ୍ରୋଟିନ ଅଧିକ ହେଲେ ଶରୀରରେ କ୍ୟାଲୋରୀ ବଢିଥାଏ ।

ABOUT THE AUTHOR

...view details