ଓଡିଶା

odisha

ETV Bharat / bharat

ଲକ୍ ଡାଉନ୍ ପ୍ରଭାବ: ଏଥର ଘରେ ବସି ପବିତ୍ର ସପ୍ତାହ ପାଳିବେ ଖ୍ରୀଷ୍ଟଧର୍ମାବଲମ୍ବୀ - ଲକ୍ ଡାଉନ୍ ପ୍ରଭାବ

ରବିବାର ଠାରୁ ଆରମ୍ଭ ହୋଇିବା ପବିତ୍ର ସପ୍ତାହରେ ମନନ୍ତଭ୍ୟାଡି ଡାୟୋସିସ୍ ଅଧୀନରେ ଥିବା ଚର୍ଚ୍ଚ ଗୁଡିକରେ କରାଯାଉଥିବା ପବିତ୍ର ବଳିଦାନ ଏବଂ ପ୍ରାର୍ଥନା ସେବା ଅନଲାଇନରେ ଉପଲବ୍ଧ ହେବ ବୋଲି ଚର୍ଚ୍ଚ କର୍ତ୍ତୃପକ୍ଷ କହିଛନ୍ତି। ଇତିହାସରେ ପ୍ରଥମ ଥର ପବିତ୍ର ସପ୍ତାହ ପାଳନ ଡିଜିଟାଲାଇଜେସନ୍ କରାଯାଉଛି |.

he holy week begins
ଏଥର ଘରେ ବସି ପବିତ୍ର ସପ୍ତାହ ପାଳିବେ ଖ୍ରୀଷ୍ଟଧର୍ମାବଲମ୍ବୀ

By

Published : Apr 6, 2020, 4:13 PM IST

ୱାୟନାଡ: ରବିବାର ଠାରୁ ଆରମ୍ଭ ହୋଇଥିବା ପବିତ୍ର ସପ୍ତାହରେ ମନନ୍ତଭ୍ୟାଡି ଡାୟୋସିସ୍ ଅଧୀନରେ ଥିବା ଚର୍ଚ୍ଚ ଗୁଡିକରେ କରାଯାଉଥିବା ପବିତ୍ର ବଳିଦାନ ଏବଂ ପ୍ରାର୍ଥନା ସେବା ଅନଲାଇନରେ ଉପଲବ୍ଧ ହେବ ବୋଲି ଚର୍ଚ୍ଚ କର୍ତ୍ତୃପକ୍ଷ କହିଛନ୍ତି। ଇତିହାସରେ ପ୍ରଥମ ଥର ପବିତ୍ର ସପ୍ତାହ ପାଳନ ଡିଜିଟାଲାଇଜେସନ୍ କରାଯାଉଛି ।

କୋରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଲକଡାଉନ୍ ଆଦେଶକୁ ମାନି, ଡାୟୋସିସ୍ ରବିବାର ଠାରୁ ସମସ୍ତ ପବିତ୍ର ବଳିଦାନକୁ ୱେବ୍ ଦ୍ବାରା ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖ୍ରୀଷ୍ଟଧର୍ମାବଲମ୍ବୀ ମାନେ ୟୁଟ୍ୟୁବ୍ ଏବଂ ଫେସବୁକ୍ ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ପବିତ୍ର ବଳିଦାନ ଏବଂ ରୀତିନୀତିରେ ଅଂଶଗ୍ରହଣ କରିପାରିବେ ।

ଆହୁରି ମଧ୍ୟ, ମନନ୍ତଭ୍ୟାଡି ଡାୟୋସିସ ବାଇଶୋପ୍ ମାର୍ ଜୋସେଫ୍ ପୋରୁନେଡମ୍ ଏକ ସର୍କୁଲାର୍ ଜାରି କରି ବିଶ୍ବବାସୀଙ୍କୁ ଫେସବୁକ୍ ଏବଂ ୟୁଟ୍ୟୁବ ମୋବାଇଲ ଆପ ବ୍ୟବହାର କରି ବଳିଦାନ ଏବଂ ଆଦରରେ ଯୋଗଦେବାକୁ ଅନୁରୋଧ କରିଛନ୍ତି।

ଖବର ଅନୁଯାୟୀ, ଅନେକ ଲୋକ ରବିବାର ଖ୍ରୀଷ୍ଟିଆନ ଚର୍ଚ୍ଚ ଗୁଡିକ ପରିଦର୍ଶନ କରନ୍ତି କିନ୍ତୁ ଲକ୍ ଡାଉନ୍ କାରଣରୁ ଚର୍ଚ୍ଚ ଗୁଡିକ ବନ୍ଦ ରହିଥିଲା । ଅନ୍ୟପକ୍ଷରେ ଅନୁଗାମୀମାନେ ଘରେ ବସି ଆଦର ଏବଂ ରୀତିନୀତିରେ ଯୋଗ ଦେଇଥିଲେ କାରଣ ଚର୍ଚ୍ଚର ସ୍ବତନ୍ତ୍ର ଚ୍ୟାନେଲ ଏସବୁକୁ ଟେଲିକାଷ୍ଟ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details