ଓଡିଶା

odisha

By

Published : Apr 17, 2020, 1:04 PM IST

ETV Bharat / bharat

350 କମି ଚାଲି କୋରୋନା ପଜିଟିଭ ଚିହ୍ନଟ ହେଲେ ଯୁବକ

ଲକଡାଉନର ଅବଧି ମେ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର । ସେପଟେ 21 ଦିନ ଲକଡାଉନରେ ଘରଠୁ ଦୂରରେ ରହିବା ପରେ ଏବେ ଘରୁ ଯିବାକୁ ଅଣ୍ଟା ଭିଡୁଛନ୍ତି ପ୍ରବାସୀ ଶ୍ରମିକ । ସେପଟେ 350 କିଲୋମିଟର ଚାଲି ଚାଲି ଜଣେ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

350 କମି ଚାଲି କୋରୋନା ପଜିଟିଭ ଚିହ୍ନଟ ହେଲେ ଯୁବକ
350 କମି ଚାଲି କୋରୋନା ପଜିଟିଭ ଚିହ୍ନଟ ହେଲେ ଯୁବକ

ମୁମ୍ବାଇ: ମହାରାଷ୍ଟ୍ରରେ ତାଣ୍ଡବ ରଚୁଛି କୋରୋନା । ସେପଟେ ଲକଡାଉନ ଅବଧି ବୃଦ୍ଧିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପ୍ରବାସୀ ଶ୍ରମିକ । ବାରମ୍ବାର ମନା କରିବା ସତ୍ତ୍ବେ ବି ଚାଲି ଚାଲି ଘରକୁ ଯିବାକୁ ପଛାଉ ନାହାନ୍ତି । ସେପଟେ ଜଣେ ବ୍ୟକ୍ତି ଘରକୁ ଯିବାକୁ 350 କିଲୋମିଟ ଅତିକ୍ରମ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି ।

ସୂଚନାନୁଯାୟୀ, କେନ୍ଦ୍ରୀୟ ମହାରାଷ୍ଟ୍ରର ପାର୍ବନୀ ଜିଲ୍ଲାରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଗୁରୁବାର ଦିନ ପୁଣେରୁ ଆସିଥିବା ଜଣେ ଯୁବକ ଏହି ରୋଗରେ ଆକ୍ରାନ୍ତ ହେବା ପରେ ଏହାର ପ୍ରଥମ କୋରୋନାଭାଇରସ୍ ମାମଲା ସମ୍ପର୍କରେ ଜଣାପଡିଛି ।

21 ବର୍ଷୀୟ ଯୁବକ ପୁଣେରୁ 350 କିଲୋମିଟର ରୁ ଅଧିକ ଚାଲିବା ପରେ କୋଭିଡ-19 ର ଲକ୍ଷଣ ଦେଖାଇବା ପରେ ତାଙ୍କୁ ପାର୍ବାନୀ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପରୀକ୍ଷା ପାଇଁ ତାଙ୍କ ସ୍ବାବ ପଠାଯାଇଥିଲା ଏବଂ ଗୁରୁବାର ଦିନ ମିଳିଥିବା ରିପୋର୍ଟରେ ସେ ପଜିଟିଭ ଥିବା ଜଣାପଡିଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ତାଙ୍କ ସମ୍ପର୍କରେ 8-9 ଜଣ ବ୍ୟକ୍ତି ଆସିଥିବା ଜଣାଯାଇଛି ।

ABOUT THE AUTHOR

...view details