ଓଡିଶା

odisha

ETV Bharat / bharat

ଏକ ଇଞ୍ଚ ବାଦାମରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳୀ - ଶ୍ରଦ୍ଧାଞ୍ଜଳି

ସୁଷମାଙ୍କୁ ହରାଇ ଶୋକାକୂଳ ପାଲଟିଛି ଦେଶ । ତାଙ୍କ ପରି ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ବଙ୍କ ନିଧନ ପରେ ସମଗ୍ର ଦେଶବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Aug 8, 2019, 5:25 PM IST

ଲକ୍ଷ୍ନୌ: ଗତ ମଙ୍ଗଳବାର ପୂର୍ବତନ ବିଦେଶ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ମୃତ୍ୟୁ ପରେ ଶୋକରେ ସାରା ଦେଶ । ଆଉ ସମସ୍ତେ ତାଙ୍କୁ ନିଜ ନିଜ ଅନୁସାରେ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି । ସେହିପରି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରରେ ଜଣେ ଯୁବକ ସୁଷମାଙ୍କୁ ଏକ ଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଅମନ ଗୁଲାଟୀ ଏକ ଇଞ୍ଚ ବାଦାମରେ ସୁଷମା ସ୍ବରାଜଙ୍କର ଚିତ୍ର ଆଙ୍କି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଅମନଙ୍କ କହିବାନୂଯାୟୀ, ସୁଷମାଙ୍କ ବ୍ୟକ୍ତିତ୍ବ ସମସ୍ତଙ୍କ ଠାରୁ ଭିନ୍ନ । ସେ କେବଳ ନାରୀ ସ୍ବାବଲମ୍ବନର ପ୍ରତୀକ ଥିଲେ ତା ନୁହେଁ ବୈଦେଶିକ ମନ୍ତ୍ରୀ ରୂପରେ ସାରା ବିଶ୍ବରେ ଭାରତର ନାଁକୁ ଆଗକୁ ବଢାଇଥିଲେ ।

ଅମନ ତାଙ୍କର କଳା ପାଇଁ ଅନେକ ଦେଶରେ ସମ୍ମାନିତ ହୋଇସାରିଛନ୍ତି । ସେ ଥରେ ବିଦେଶ ଯାତ୍ରାରେ ବାହାରିଥିଲେ । ହେଲେ ତାଙ୍କୁ ପାସପୋର୍ଟ ତିଆରି କରିବାରେ ଅସୁବିଧା ହେଉଥିଲା । ଲକ୍ଷ୍ନୌ ପାସପୋର୍ଟ ଅଫିସରେ ଯେବେ ସେ ଉଚ୍ଚସ୍ତ ଅଧିକାରୀଙ୍କୁ ଭେଟିବାକୁ ଯାଇଥିଲେ ତାଙ୍କୁ ଅଟକା ଯାଇଥିଲା । ତେବେ ତାଙ୍କୁ କେନିଆରେ ସମ୍ମାନିତ କରାଯିବାର ଥିଲା ଆଉ ସେଥିପାଇଁ ପାସପୋର୍ଟ ଆଣିବା ଜରୁରୀ ଥିଲା । ଏହା ପରେ ସେ ବିଦେଶ ମନ୍ତ୍ରୀ ଥିବା ସୁଷମା ସ୍ବରାଜଙ୍କୁ ଟ୍ବିଟ କରିବା ନେଇ ପାସପୋର୍ଟ ଅଫିସରେ କହିଥିଲେ । ଏତିକି କହୁକହୁ ଅଧିକାରୀ ମାନେ ଉଚ୍ଚସ୍ଥ ଅଧିକାରୀଙ୍କ ସହ ଭେଟ କରାଇ ଦେଇଥିଲେ ।

ଏହାସହ ତାଙ୍କର ପାସପୋର୍ଟ ମଧ୍ୟ ସଙ୍ଗେ ସଙ୍ଗେ ତିଆରି କରିଦେଇଥିଲେ । ଆଉ ଯାହା ଦ୍ବାରା ସେ ସମୟ ଥାଇ କେନିଆରେ ପହଞ୍ଚିଥିଲେ ।

ABOUT THE AUTHOR

...view details