ମୁମ୍ବାଇ: ସ୍ଥାନୀୟ ଘାଟକୋପରରେ ଅଭାବନୀୟ ଘଟଣା । ଗୋଟିଏ ମାସର ଦରମା ନଦେବା ସହ ଚାକିରୀରୁ ବହିଷ୍କାର କରିବାର ପ୍ରତିଶୋଧ ନେଇଛି ଜଣେ କର୍ମଚାରୀ । ଏକ ଧାରୁଆ ଛୁରୀରେ ଆକ୍ରମଣ କରି ମାଲିକକୁ ହତ୍ୟା କରିଛି ସମ୍ପୃକ୍ତ କର୍ମଚାରୀ । ଖବର ପାଇ ଘଟଣାସ୍ଥଳରେ ପନ୍ତନଗର ପୋଲିସ ପହଞ୍ଚି ଅଭିଯୁ୍କ୍ତକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ ପୂର୍ବ-ଘାଟକୋପରର ଶିବଶକ୍ତି ବିଲ୍ଡିଂରେ ଚାଲିଥିଲା ଏକ ପ୍ରାଇଭେଟ କୋଚିଂ ସେଣ୍ଟର । ଯାହାର ମାଲିକ ଥିଲେ ମୟଙ୍କ ମାଣ୍ଡୋତ ଏବଂ ଜଣେ କର୍ମଚାରୀ ଥିଲେ ଅଭିଯୁକ୍ତ ଗଣେଶ ପୱାର । ତେବେ କୌଣସି କାରଣରୁ କିଛି ଦିନ ତଳେ ହିଁ ଗଣେଶଙ୍କୁ ଚାକିରିରୁ ବାହାର କରିଥିଲେ ମୟଙ୍କ । ଏଥିସହ ତାଙ୍କୁ ଗୋଟିଏ ମାସର ଦରମା ମଧ୍ୟ ଦେଇନଥିଲେ ମାଲିକ ।