ଗୌହାଟୀ: ସୀମା ଲଙ୍ଘୁଛି ମାନବିକତା । ଯୌନ ଲାଳସା ଯୋଗୁଁ ମୃତଦେହକୁ ବି ଛାଡୁନି ମଣିଷ । ଆସାମାରେ ଦେଖିବାକୁ ମିଳିଛି ଏମିତି ଏକ ଘୃଣ୍ୟ ଚିତ୍ର । ଜଣେ 14 ବର୍ଷ ନାବାଳିକାର ମୃତଦେହକୁ ମାଟିତଳୁ ଖୋଳି ତା ସହ ଯୌନ ସମ୍ପର୍କ ରଖିବାକୁ ଉଦ୍ୟମ କରିଛନ୍ତି ଜଣେ 56 ବର୍ଷର ବ୍ୟକ୍ତି । ଏହି ଘଟଣାରେ ପୋଲିସ ଦୁର୍ବୃତ୍ତକୁ ଗିରଫ କରିଥିବା ଜଣାପଡିଛି ।
ବିକୃତ ମସ୍ତିଷ୍କ, ମାଟିତଳୁ ମୃତଦେହ ଖୋଳି ଦୁଷ୍କର୍ମ କରିବାକୁ ଉଦ୍ୟମ - ମାଟିତଳୁ ନାବାଳିକାର ମୃତଦେହ ଖୋଳି ଦୁଷ୍କର୍ମ କରିବାକୁ ଉଦ୍ୟମ
କୁହାଯାଏ ଯୌନ ଲାଳସା ମଣିଷକୁ ଯେକୌଣସି ସ୍ତରକୁ ନେଇ ପାରେ । ବେଳେ ବେଳେ ଏମିତି ଖବର ଆସେ ଯେଉଁଠି ମଣିଷ କୁକୁର କିମ୍ବା ଛେଳି ସହ ଦୁଷ୍କର୍ମ କରିଥାଏ । ହେଲେ ଆସାମରେ ଜଣେ ବ୍ୟକ୍ତି ମାଟି ତଳୁ ମୃତଦେହ ଖୋଳି ତା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ସୂଚନାନୁଯାୟୀ, ଆସାମର ଢେମାଜୀ ଜିଲ୍ଲାରେ ନାବାଳିକା ଜଣଙ୍କ ମେ 17ରେ ରହସ୍ୟ ଜନକ ମୃତ୍ୟୁ ହୋଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ଦେମ ଗାଓଁ ନିକଟରେ ଥିବା ସିମେନ ନଦୀକୂଳରେ ପୋତିଦେଇଥିଲେ । ଏହି ଘଟଣାର ଠିକ ପର ଦିନ କିଛି ମତ୍ସ୍ୟଜୀବୀ ଏହା ଦେଖିବାକୁ ପାଇଥିଲେ ଯେ ଜଣେ ବ୍ୟକ୍ତି ମୃତଦେହ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଛି । ଏହାପରେ ସେମାନେ ସଙ୍ଗେ ସଙ୍ଗେ ବ୍ୟକ୍ତିଟିକୁ କାବୁ କରି ତାକୁ ପୋଲିସକୁ ହସ୍ତାନ୍ତର କରିଥିଲେ ।
ବ୍ୟକ୍ତି ଜଣଙ୍କ ଆକାନ ସାଇକିଆ ବୋଲି ଜଣାପଡିଛି । ଭାରତୀୟ ପିଙ୍ଗଳ କୋର୍ଟ ଧାରା 306, 377 ଓ ପୋସ୍କୋ ଆକ୍ଟ ସେକ୍ସନ 8 ଆଧାରରେ ପୋଲିସ ବ୍ୟକ୍ତିକୁ ଗିରଫ କରିଛି । ତେବେ ପୋଲିସର କହିବାନୁଯାୟୀ ନିକଟରେ ସାଇକିଆ ଜେଲରୁ ମୁକୁଳିଛି । କୋରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ମୁକ୍ତ ହୋଇଥିବା କଏଦୀଙ୍କ ମଧ୍ୟରୁ ସେ ମଧ୍ୟ ଥିଲେ । ତାଙ୍କର କୌଣସି ମାନସିକ ରୋଗ ନଥିବାବେଳେ ଏପରି ଘୃଣ୍ୟ କାର୍ଯ୍ୟ ପାଇଁ କଠୋର ଦଣ୍ଡ ମିଳିବ ବୋଲି ପୋଲିସ କହିଛି ।
TAGGED:
assam news