ଜୟପୁର: ସାରା ଦେଶ ଲକ ଡାଉନ । ଘରେ ପହଞ୍ଚିବା ପାଇଁ ନାହିଁ କୌଣସି ଆଶା । ଶେଷରେ ସାଇକେଲ ହିଁ ସାଜିଲା ସାହାରା । ରାଜସ୍ଥାନରୁ ମଧ୍ୟପ୍ରଦେଶକୁ ପ୍ରାୟ 460 କିଲୋମିଟର ଗର୍ଭବତୀ ପତ୍ନୀକୁ ଧରି ଫେରିଥିଲେ 26 ବର୍ଷୀୟ ଯୁବକ ।
ଗର୍ଭବତୀ ପତ୍ନୀଙ୍କୁ ଧରି ଯୁବକଙ୍କ 460 କିମି ଯାତ୍ରା - lockdown
ଲକ ଡାଉନ ପରେ ସରିଗଲା ଟଙ୍କା । ଖାଇବା ହୋଇପଡିଲା କଷ୍ଟକର । ଶେଷରେ ଗର୍ଭବତୀ ପତ୍ନୀଙ୍କୁ ଧରି ଯୁବକ ରାଜସ୍ଥାନରୁ 460 କିମି ଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ...
![ଗର୍ଭବତୀ ପତ୍ନୀଙ୍କୁ ଧରି ଯୁବକଙ୍କ 460 କିମି ଯାତ୍ରା Man from Madhya Pradesh to cover 460 km with his pregnant wife on bicycle](https://etvbharatimages.akamaized.net/etvbharat/prod-images/768-512-7195993-569-7195993-1589460066930.jpg)
ବୁଧବାର କୋଟା-ଭୋପାଳ ରାଜପଥରେ ଇଟିଭି ଭରତ ସମ୍ବାଦଦାତା ହୃଦୟ ବିଦାରକ ମୁହୂର୍ତ୍ତକୁ ଦେଖିଥିଲେ । ତେବେ ଯାତ୍ରା ବିଷୟରେ ପଚାରିବାରୁ 26 ବର୍ଷୀୟ ଯୁବକ ମହେନ୍ଦ୍ର କହିଥିଲେ କିଛି ବାଟ ନଥିଲା । ତେଣୁ ବାଧ୍ୟ ହୋଇ ସାଇକେଲରେ ଆଣିବାକୁ ବାଧ୍ୟ ହେଲି । ମୁଁ ଜୟପୁରର ଏକ କାରଖାନାରେ କାମ କରୁଥିଲି । ଲକ ଡାଉନ ବିଷୟରେ ଜାଣିବା ପରେ ପ୍ରଥମେ ମୁଁ ରଖିଥିବା ଟଙ୍କାରେ ଘର ଚଳଉଥିଲି । କିନ୍ତୁ ପରେ ଟଙ୍କା ସରିଆସିଲା । ମୁଁ ସାହାଯ୍ୟ ପାଇଁ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରିଥିଲି । କିନ୍ତୁ ସେମାନେ ମନା କରିଦେଇଥିଲେ। ତାପରେ ମୁଁ ଏହି ସାଇକେଲକୁ 6,000 ଟଙ୍କାରେ କିଣି ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ନିଜ ଗାଁକୁ ଯାତ୍ରା ଆରମ୍ଭ କଲି। । "
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ