ଲକ୍ଷ୍ନୌ: କୋରୋନା କାୟାରେ ସାରା ଦେଶ । ଏହାର ସଂକ୍ରମଣରେ ନିୟନ୍ତ୍ରଣ କରିବାକୁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ ଆଗ୍ରାର ରାମବାଗ ଚୌରାହରେ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି । ରାସ୍ତାରେ ଢାଳି ହୋଇଥିବା କ୍ଷୀରକୁ ଆକୁଳରେ ଏକାଠି ପିଉଛନ୍ତି ଜଣେ ଗରିବ ବ୍ୟକ୍ତି ଏବଂ କିଛି କୁକୁର ।
ଭୟ ଭିତରେ ଭୋକ, ରାସ୍ତାରେ ପଡିଥିବା କ୍ଷୀରରେ ପୂରୁଛି ପେଟ - coronacombat
ରାସ୍ତାରେ ପଡିଥିବା କ୍ଷୀରରେ ଏକାଠି ପିଇଲେ ମଣିଷ-କୁକୁର । ଏଭଳି ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି ଆଗ୍ରାରେ । ଅଧିକ ପଢନ୍ତୁ...
ଆଗ୍ରାଠୁ ୬ କିମି ଦୂରରେ ଥିବା ଏହି ସ୍ଥାନରେ ଲକଡାଉନ ଯୋଗୁଁ ରାସ୍ତା କଡରେ ଦିନ କାଟୁଥିବା ଗରିବଙ୍କୁ ଖାଦ୍ୟ ମିଳିବାରେ କଷ୍ଟ ହେଉଛି । ଏଭଳି ସ୍ଥିତିରେ ଗୋଟିଏ କ୍ଷୀର ପାତ୍ରରୁ ରାସ୍ତାରେ କିଛି ଢାଳି ହୋଇପଡିଥିବା ବେଳେ ତାକୁ କିଛି ବୁଲା କୁକୁର ଆହାର ଭାବେ ଗ୍ରହଣ କରିଥିଲେ । ଏହି ପରିସ୍ଥିତିରେ ଜଣେ ଗରିବ ବ୍ୟକ୍ତି ମଧ୍ୟ ସେହି ରାସ୍ତାରେ ପଡିଥିବା କ୍ଷୀରକୁ ହାତରେ ସାଉଁଟି ପିଉଥିବାର ଚିତ୍ର ଲକଡାଉନର କରୁଣ ପରିସ୍ଥିତିକୁ ବିସ୍ତୃତ ଭାବେ ବ୍ୟାଖ୍ୟା କରୁଛି ।
ଗୋଟିଏ ପଟେ ଦେଶରେ ଗରିବ ତଥା ବୁଲାକୁକୁରଙ୍କ ଖାଦ୍ୟ ନିମନ୍ତେ ନାନାଦି ପାଣ୍ଠିର ଘୋଷଣା ହେଲା ବେଳେ ଦେଶରେ ଏଭଳି ଚିତ୍ର ସବୁ ଯୋଜନାର ବିଫଳତାକୁ ସୂଚାଉଛି ।