ଓଡିଶା

odisha

ETV Bharat / bharat

ଟ୍ରାଫିକ ଚେକିଂବେଳେ ଚାଳକଙ୍କୁ ହାର୍ଟଚୋକ୍ - ଚେକିଂ ବେଳେ ଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀର ନଏଡାସ୍ଥିତ ଟ୍ରାଫିକ ଚେକିଂ ବେଳେ ଅଭାବନୀୟ ଘଟଣା । ଜଣେ କାର ଚାଳକଙ୍କୁ ପୋଲିସ ଚେକିଂ କରୁଥିବା ବେଳେ ହଠାତ୍ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ମୃତକଙ୍କ ପରିବାର ଲୋକେ ଟ୍ରାଫିକ ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Sep 10, 2019, 2:05 PM IST

ନୂଆଦିଲ୍ଲୀ: ସାଧାରଣଲୋକଙ୍କୁ ନାକେଦମ କରିଛି ନୂଆ ମୋଟର ଯାନ ଆଇନ-2019 । ମୋଟା ଅଙ୍କର ତଣ୍ଡ ଗଣି ପ୍ରାୟ ନୟାନ୍ତ ହେଲେଣି । ଏନେଇ ଜନତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ । ପୋଲିସ ଚେକିଂ ସତେଯେପରି ଗାଡିଚାଳକଙ୍କୁ ପରାଧିନ କରିଦେଇଛି । କେତେବେଳେ କେଉଁ କାରଣରୁ ତଣ୍ଡ ଗଣିବାକୁ ପଡିବ ସେନେଇ ଗାଡିଚାଳକଙ୍କ ଛାତିରେ ଛନକା । ନୂଆଦିଲ୍ଲୀର ନଏଡ଼ାସ୍ଥିତ ଟ୍ରାଫିକ ପୋଲିସ ଚେକିଂ ବେଳେ ଜଣେ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ଘଟିଛି ।

ପୋଲିସ ସୂଚନା ଅନୁସାରେ ସୋମବାର ସନ୍ଧ୍ୟା 6 ଟାବେଳେ ଗାଜିଆବାଦର ଜଣେ ବ୍ୟକ୍ତି କାରରେ ଯାଉଥିବା ସମୟରେ ଟ୍ରାଫିକ ଚେକିଂ ହେଲା । ସେହି ସମୟରେ ସେ ପୋଲିସକୁ ଗାଡିର କାଗଜପତ୍ର ଦେଖାଇବା ମାତ୍ରେ ହୃଦଘାତ ହୋଇଥିଲା । ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ସ୍ବାସ୍ଥ୍ୟ କେନ୍ଦ୍ର ନେଇ ଭର୍ତ୍ତି କରାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମଧୁମେହ ରୋଗରୁ ହୃଦଘାତ ହୋଇ ମୃତ୍ୟୁ ଘଟିଛି ବୋଲି ଘୋଷଣା କରିଥିଲେ ।

ସେପଟେ ମୃତକଙ୍କ ବାପା ଅଭିଯୋଗ କରି କହିଛନ୍ତି, ତାଙ୍କ ପୁଅ ଟ୍ରାଫିକର କୌଣସି ନିୟମକୁ ଉଲଙ୍ଘନ କରିନାହାଁନ୍ତି । ବରଂ ପୋଲିସର ଦୁର୍ବ୍ୟବହାର ଯୋଗୁଁ ତାଙ୍କ ପୁଅ ହଠାତ ଡରିଯାଇ ହୃଦଘାତରେ ମୃତ୍ୟୁ ଘଟିଲା । ତେବେ ତାଙ୍କ ପୁଅ କାର ଚଲାଉଥିବାବେଳେ ତାଙ୍କ ପିତା ଏବଂ ମାଆ ସେହି କାରରେ ଉପସ୍ଥିତ ଥିଲେ । ପିତାଙ୍କର ଏପରି ଅଭିଯୋଗକୁ ଆଖିଆଗରେ ରଖି ପୋଲିସ ପୁଣି ତଦନ୍ତ ଆରମ୍ଭ କରିଛି ।

ABOUT THE AUTHOR

...view details