ଓଡିଶା

odisha

ETV Bharat / bharat

ପିଆଜ କିଣିବାକୁ ଆସିଥିଲେ, ଦର ଶୁଣି ହେଲା ହାର୍ଟ ଆଟାକ୍‌

ପିଆଜ ଦର ଶୁଣି ଜଣେ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ରହିଛି । ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲା ଗୁଡିଭାଡାର ଘଟଣା ।

MAN DIED WITH HEART ATTACK FOR CONCESSION ONION
ପିଆଜ ଦର ଶୁଣି ହେଲା ହାର୍ଟ ଆଟାକ୍‌

By

Published : Dec 9, 2019, 1:42 PM IST

ଅମରାବତୀ: ଡବଲ ସେଞ୍ଚୁରୀ ପାର କଲାଣି ପିଆଜ ଦର । ପିଆଜର ଦରବୃଦ୍ଧି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଦରବୃଦ୍ଧି ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି । ଇତି ମଧ୍ୟରେ ପିଆଜ ଦର ଶୁଣି ଜଣେ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ରହିଛି । ଆନ୍ଧ୍ର ପ୍ରଦେଶ କ୍ରିଷ୍ଣା ଜିଲ୍ଲା ଗୁଡିଭାଡାର ଘଟଣା ।

ପିଆଜ କିଣିବାକୁ ଆସିଥିଲେ, ଦର ଶୁଣି ହେଲା ହାର୍ଟ ଆଟାକ୍‌

ମିଳିଥିବା ଖବର ଅନୁଯାଇ, ସମ୍ଭୟ ନାମ ବ୍ୟକ୍ତି ଗୁଡିଭାଡା କୃଷକ ବଜାରକୁ ପିଆଜ କିଣିବାକୁ ଆସିଥିଲେ । ଧାଡିରେ ପିଆଜ କିଣିବାକୁ ଠିଆ ହୋଇଥିବା ସମୟରେ ହଠାତ୍‌ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା । ତେବେ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ନିକଟସ୍ଥ ସରାକରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଖାନା ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

ABOUT THE AUTHOR

...view details