ଗୌହାଟି: ବିଦ୍ୟୁତ ତାର ଲାଗି ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ । ବୁଧବାର ଏକ ବିଦ୍ୟୁତ୍ କର୍ମଚାରୀ ବିଦ୍ୟୁତ୍ ଖୁଣ୍ଟରେ ଚଢି 11ହଜାର ଭୋଲ୍ଟ ବିଦ୍ୟୁତ୍ ତାର ସଜାଡୁଥିବା ସମୟରେ ତାରରେ ଲାଗି ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଆସାମର ବିଶ୍ବନାଥ ଜିଲ୍ଲାରେ ।
11ହଜାର ଭୋଲ୍ଟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି କର୍ମଚାରୀ ମୃତ - electri poll
ବୁଧବାର ସକାଳେ ଆସାମର ବିଶ୍ବନାଥ ଜିଲ୍ଲାର ଜଣେ ବିଦ୍ୟୁତ୍ କର୍ମଚାରୀ ଚାରିଆଲି ଅଞ୍ଚଳର ବିଦ୍ୟୁତ୍ ତାର ସଜାଡିବା ପାଇଁ ବିଦ୍ୟୁତ୍ ଖୁଣ୍ଟରେ ଚଢିଥିଲେ । ଏହି ସମୟରେ ହଠାତ୍ ତାଙ୍କ ମୁଣ୍ଡ 11ହଜାର ଭୋଲ୍ଟ ବିଦ୍ୟୁତ୍ ତାରରେ ଲାଗିବାରୁ ତାଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ସୂଚନା ମୁତାବକ, ବୁଧବାର ସକାଳେ ଆସାମର ବିଶ୍ବନାଥ ଜିଲ୍ଲାର ଜଣେ ବିଦ୍ୟୁତ୍ କର୍ମଚାରୀ ଚାରିଆଲି ଅଞ୍ଚଳର ବିଦ୍ୟୁତ୍ ତାର ସଜାଡିବା ପାଇଁ ବିଦ୍ୟୁତ୍ ଖୁଣ୍ଟରେ ଚଢିଥିଲେ । ଏହି ସମୟରେ ହଠାତ୍ ତାଙ୍କ ମୁଣ୍ଡ 11ହଜାର ଭୋଲ୍ଟ ବିଦ୍ୟୁତ୍ ତାରରେ ଲାଗିଯାଇଥିଲା ।
ଯାହାଫଳରେ ତାଙ୍କ ମୁଣ୍ଡ ଛିଣ୍ଡି ତଳ ପଡୁଥିବାର ଏକ ଲୋମଟାଙ୍କୁରା ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଛି । ମୃତ ଯୁବକ ଜଣଙ୍କ ରବିନ୍ ଦାସ ବୋଲି ଜଣାପଡିଛି ।
Last Updated : Jun 27, 2019, 12:49 PM IST