ଓଡିଶା

odisha

ETV Bharat / bharat

ଲକଡାଉନ 2.0: ପରିବାରର ବାସ୍ତବ ଚିତ୍ର ଦେଖୁଛନ୍ତି ପୁରୁଷ

ଲକଡାଉନରେ ଘରର ବାସ୍ତବ ଚିତ୍ର ଦେଖୁଛନ୍ତି ପୁରୁଷ । ପରିବାରର ବାସ୍ତବତାକୁ ଅନୁଭବ କରୁଛନ୍ତି । ଅଧିକ ପଢନ୍ତୁ...

By

Published : Apr 24, 2020, 12:00 AM IST

ଲକଡାଉନ 2.0: ପରିବାରର ବାସ୍ତବ ଚିତ୍ର ଦେଖୁଛନ୍ତି ପୁରୁଷ
ଲକଡାଉନ 2.0: ପରିବାରର ବାସ୍ତବ ଚିତ୍ର ଦେଖୁଛନ୍ତି ପୁରୁଷ

ହାଇଦ୍ରାବାଦ: ଲକଡାଉନରେ କେବଳ ଘରେ ହିଁ ରହିବା ଶ୍ରେୟସ୍କର । ବାହାରେ ସବୁକିଛି ବନ୍ଦ । ଅଫିସଠାରୁ ପାର୍ଟି କ୍ଲବ, ବାର ସବୁ ବନ୍ଦ । ଘରେ ରହି ସମୟ ବିତାଇବା ଛଡା ଉପାୟ କିଛି ନାହିଁ । ଏଥିପାଇଁ ସମସ୍ତେ ଘରେ ରହି ବିଭିନ୍ନ ଉପାୟରେ ନିଜ ସମୟ ଅତିବାହିତ କରୁଛନ୍ତି ।

ତେବେ ଏହି ସମୟରେ ଘରର ବାସ୍ତବ ଚିତ୍ର ଦେଖୁଛନ୍ତି ପୁରୁଷ ଲୋକ । ସବୁବେଳେ ଅଫିସ କାମରେ ବ୍ୟସ୍ତ ରହି ଯାହା ସେମାନେ ଦେଖିପାରନ୍ତି ନାହିଁ ତାହା ଏବେ ଦେଖୁଛନ୍ତି । କେବଳ ଅଫିସ କାମ, ଛୁଟି ଦିନ ପାଇଲେ ସାଙ୍ଗସାଥୀଙ୍କ ସହ କ୍ଲବ, ବାରରେ ଭିଡ । ଏହାବାଦ ପରିବାରକୁ ମିଳେ ଖୁବ ଅଳ୍ପ ସମୟ । ଏପରିକି ଘରୋଇ କମ୍ପାନୀରେ ଆଜିକାଲି ଏତେ କାମ ରହୁଛି ଯେ ଛୁଟିଦିନରେ ବି ଘରୁ ଅଫିସ କାମ କରିବାରେ ବ୍ୟସ୍ତ ରହୁଛନ୍ତି କିଛି ଲୋକ । ଏପରି ସ୍ଥିତିରେ ପିଲାଙ୍କ ପାଠପଢା, ଘରର ମାସିକ ଖର୍ଚ୍ଚ, ସଉଦାପତ୍ର, ପରିବା, ଉପକରଣରେ ସମସ୍ୟା, ନୂଆ ଜିନିଷ, କୌଣସି ସମ୍ପର୍କୀୟଙ୍କ ଖବର, ବିବାହ ଉତ୍ସବ ପ୍ରଭୃତି ପ୍ରତି ଏମାନଙ୍କ ଧ୍ୟାନ ନଥାଏ । ଏପରିକି ଘରଟିଏ କିପରି ଚାଲୁଛି ସେଥିପ୍ରତି ମଧ୍ୟ ନଜର ରଖିନଥାନ୍ତି ଅନେକ କର୍ମବ୍ୟସ୍ତ ପୁରୁଷ ।

ହେଲେ ଲକଡାଉନ ଯୋଗୁଁ ଏବେ ସେମାନେ ଘରର ବାସ୍ତବ ଚିତ୍ର ଦେଖୁଛନ୍ତି । ପରିବାରର ବାସ୍ତବତାକୁ ଅନୁଭବ କରୁଛନ୍ତି । ପତ୍ନୀ କିପରି ତାଙ୍କ ବିନା ପୁରା ପରିବାରକୁ ଏକାଠି କରିଥାନ୍ତି ସେକଥା ହୃଦୟମଙ୍ଗ କରୁଛନ୍ତି । ଏହାସହ ବ୍ୟାଚେଲର ଥିବା ପିଲା ମଧ୍ୟ ଛୁଟିଦିନରେ ପରିବାରରେ ମାଆ, ବାପାଙ୍କ କାମ କଣ ଜାଣୁଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ଏବେ ପରିବାରର ସମସ୍ତ କାମ ପୁରୁଷମାନେ କରୁଛନ୍ତି । ଏପରିକି ଅଫିସ କାମ ଛଡା ପରିବାର ବୋଲି ଆଉ ଗୋଟିଏ ଦୁନିଆ ଅଛି ବୋଲି ସେମାନେ ଏବେ ଜାଣୁଛନ୍ତି ବୋଲି କିଛି ଲୋକ ସୋସିଆଲ ମିଡିଆରେ କମେଣ୍ଟ କରିଛନ୍ତି । ଲକଡାଉନ ଆମକୁ ଶିଖାଇଛି ଅନ୍ୟ ଲୋକଙ୍କୁ ଭଲ ପାଇବା ଏବଂ ନିସ୍ବାର୍ଥପର ହେବା । ସବୁବେଳେ ନିଜ କାମ ଓ ସ୍ବାର୍ଥରେ ବ୍ୟସ୍ତ ମଣିଷ ଅର୍ଥ ଲାଲସା ପାଲଟିଯାଇଛି । ବିନା ଅର୍ଥରେ ମଧ୍ୟ ଖୁସିରେ ବଞ୍ଚିହେବ ତାହା ଲକଡାଉନ ଆମକୁ ଶିଖାଇଛି ।

ABOUT THE AUTHOR

...view details