ଓଡିଶା

odisha

ସ୍ତ୍ରୀକୁ ଫେସବୁକରେ ଟ୍ରିପଲ ତଲାକ ଦେଇ ସ୍ବାମୀ ଗିରଫ

By

Published : Aug 9, 2020, 4:04 PM IST

କର୍ଣ୍ଣାଟକର ଉଡୁପିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଣେ ସ୍ବାମୀ ତାର ସ୍ତ୍ରୀକୁ ଫେସବୁକ ପୋଷ୍ଟ ମାଧ୍ୟମରେ ଟ୍ରିପଲ ତଲାକ ଦେଇଛି । ଅଧିକ ପଢନ୍ତୁ...

ସ୍ତ୍ରୀକୁ ଫେସବୁକରେ ଟ୍ରିପଲ ତଲାକ ଦେଇ ସ୍ବାମୀ ଗିରଫ
ସ୍ତ୍ରୀକୁ ଫେସବୁକରେ ଟ୍ରିପଲ ତଲାକ ଦେଇ ସ୍ବାମୀ ଗିରଫ

ବେଙ୍ଗାଲୁରୁ: ଥମୁନି ଟ୍ରିପଲ ତଲାକ ଆକ୍ରୋଶ ଘଟଣା । ପୁଣି ଫେସବୁକ ପୋଷ୍ଟ ମାଧ୍ୟମରେ ନିଜ ପତ୍ନୀଙ୍କୁ 'ଟ୍ରିପଲ ତଲାକ' କହିଥିବା ଜଣେ ବ୍ୟକ୍ତିଙ୍କୁ କରିଛି ଶିରବା ପୋଲିସ ।

ଅଭିଯୁକ୍ତ ଜଣଙ୍କ କର୍ଣ୍ଣାଟକ ଉଡୁପି ଜିଲ୍ଲା ସ୍ଥିତ ଶିରବା ଗାଁର ଶେଖ ମହମ୍ମଦ ସଲିମ। ସେ 2010 ରେ ବିବାହ କରିଥିଲେ ଏବଂ ପରେ ପତ୍ନୀ ଏବଂ ତାଙ୍କ ଝିଅ ସହିତ ସାଉଦି ଆରବର ଦାମମରେ ରହୁଥିଲେ। ଅଗଷ୍ଟ 3ରେ ସଲିମ ତାଙ୍କ ପତ୍ନୀ ଏବଂ ଝିଅଙ୍କୁ ଦାମମରେ ଛାଡି ଅନ୍ୟ ଜଣେ ମହିଳାଙ୍କ ସହ ମୁମ୍ବାଇ ଆସିଥିଲେ।

ପରେ ପତ୍ନୀ ସଲିମଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ସେ ତାଙ୍କ ଫେସବୁକ ଆକାଉଣ୍ଟରେ ଟ୍ରିପଲ ତାଲାକ ପୋଷ୍ଟ ସେୟାର କରିଛନ୍ତି।

ଯେତେବେଳେ ସଲିମ ମୁମ୍ବାଇରୁ ତାଙ୍କ ଗାଁ କୁ ଆସିଥିଲେ, ସେତେବେଳେ ଶିରୱା ପୋଲିସ ତାଙ୍କୁ ଅଗଷ୍ଟ 7ରେ ଗିରଫ କରି କୋର୍ଟରେ ହାଜର କରିଥିଲା। ଅଗଷ୍ଟ 21 ପର୍ଯ୍ୟନ୍ତ କୋର୍ଟ ଅଭିଯୁକ୍ତକୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details