ଓଡିଶା

odisha

ETV Bharat / bharat

ଘର ବାହାରେ ନିଜକୁ ଗୁଳି କରି ଆତ୍ମହତ୍ୟା, କାରଣ ଅସ୍ପଷ୍ଟ - ଦିଲ୍ଲୀର ଦିଲଶାଦ ଗାର୍ଡେନ

ଶନିବାର ଜଣେ ବ୍ୟକ୍ତି ଦିଲ୍ଲୀର ଦିଲଶାଦ ଗାର୍ଡେନ ନିକଟରେ ଥିବା ତାଙ୍କ ବାସଭବନ ବାହାରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।

ନିଜକୁ ଗୁଳି କରି ବ୍ୟକ୍ତିଙ୍କ ଆତ୍ମହତ୍ୟା
ନିଜକୁ ଗୁଳି କରି ବ୍ୟକ୍ତିଙ୍କ ଆତ୍ମହତ୍ୟା

By

Published : Sep 19, 2020, 4:10 PM IST

ନୂଆଦିଲ୍ଲୀ: ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ବ୍ୟକ୍ତି । ଶନିବାର ଜଣେ ବ୍ୟକ୍ତି ଦିଲ୍ଲୀର ଦିଲଶାଦ ଗାର୍ଡେନ ନିକଟରେ ଥିବା ତାଙ୍କ ବାସଭବନ ବାହାରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ମନୀଷ ତାନେଜା ବୋଲି ଜଣାପଡିଛି ।

ପୋଲିସର ସୂଚନା ଅନୁଯାୟୀ, ସିମାପୁରୀରେ ମନୀଷ ତାନେଜା କାରରେ ନିଜକୁ ଗୁଳି କରିଥିବା ପୋଲିସକୁ ସୂଚନା ମିଳିଥିଲା । ଖବର ପାଇ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯେଉଁଠାରେ ପୋଲିସ ତାଙ୍କୁ କାର ମଧ୍ୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ।

ଏହାପରେ ପୋଲିସ ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛନ୍ତି । ଘଟଣାସ୍ଥଳରୁ କୌଣସ୍ ସୁସାଇଡ ନୋଟ ଜବତ କରାଯାଇନାହିଁ । ଏପଟେ ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

ABOUT THE AUTHOR

...view details