ଓଡିଶା

odisha

ETV Bharat / bharat

ଲକଡାଉନ: ପଶ୍ଚିମବଙ୍ଗବାସୀଙ୍କୁ ସାହାଯ୍ୟ ପାଇଁ 18 ମୁଖ୍ୟମନ୍ତ୍ରୀଙ୍କୁ ମମତାଙ୍କ ଚିଠି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପଶ୍ଚିମବଙ୍ଗ ଲୋକଙ୍କୁ ସାହାଯ୍ୟ କରିବା ପାଇଁ 18 ଜଣ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Mar 26, 2020, 8:15 PM IST

କୋଲକାତା: ସାରା ଦେଶରେ କୋରୋନା ଆତଙ୍କ ସୃଷ୍ଟି କରିଛି । ଏପରିସ୍ଥଳେ ଭାରତ 21 ଦିନ ପାଇଁ ଲକଡାଉନ ହୋଇଛି । କୋରୋନା ସହ ଲଢିବା ପାଇଁ ସାରା ଦେଶ ଏକଜୁଟ ହୋଇ ନିଜକୁ ଏପ୍ରିଲ 14 ଯାଏଁ ଲକଡାଉନ କରି ନେଇଛନ୍ତି । ଏପରିସ୍ଥଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପଶ୍ଚିମବଙ୍ଗ ଲୋକଙ୍କୁ ସାହାଯ୍ୟ କରିବା ପାଇଁ 18 ଜଣ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ପଶ୍ଚିମବଙ୍ଗବାସୀଙ୍କୁ ସାହାଯ୍ୟ ପାଇଁ 18 ମୁଖ୍ୟମନ୍ତ୍ରୀଙ୍କୁ ମମତାଙ୍କ ଚିଠି

ପିଏମ ମୋଦିଙ୍କ ଘୋଷଣା ପରେ ସମଗ୍ର ଦେଶରେ ଯାହା ଲକଡାଉନ । ଏହା ଆସନ୍ତା 14 ଏପ୍ରିଲ ପର୍ଯ୍ୟନ୍ତ ରହିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଘୋଷଣା ପରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପଶ୍ଚିମବଙ୍ଗ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସିଏମ ମମତା ବାନାର୍ଜୀ ଦେଶର 18 ଜଣ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ମମତା ବାନାର୍ଜୀ ନିବେଦନ କରିଛନ୍ତି ଯେ, ଯେଉଁ ରାଜ୍ୟରେ ପଶ୍ଚିମବଙ୍ଗର ଲୋକେ ଫସି ରହିଛନ୍ତି ସେମାନଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯାଉ । ଏହାସହ ସେମାନେ ଯେଉଁଭଳି କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ସେହିପ୍ରତି ଧ୍ୟାନ ରଖାଯାଉ ।

ପଶ୍ଚିମବଙ୍ଗବାସୀଙ୍କୁ ସାହାଯ୍ୟ ପାଇଁ 18 ମୁଖ୍ୟମନ୍ତ୍ରୀଙ୍କୁ ମମତାଙ୍କ ଚିଠି

ଏଠାରେ ସୂଚନା ଯୋଗ୍ୟ ଯେ, ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ 649 ରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସିଛି ।କୋରୋନା ଭାଇରସରେ 13 ଜଣ ଲୋକଙ୍କ ପ୍ରାଣ ଯାଇଛି । ପଶ୍ଚିମବଙ୍ଗରେ 9 ପଜେଟିଭ ରିପୋର୍ଟ ରହିଥିବା ବେଳେ ଜଣଙ୍କର ପ୍ରାଣ ନେଇଛି କୋରୋନା ।

@ANIଇନପୁଟ

ABOUT THE AUTHOR

...view details