ଓଡିଶା

odisha

ETV Bharat / bharat

NRCକୁ ମମତାଙ୍କ ବିରୋଧ - NRCକୁ ମମତାଙ୍କ ବିରୋଧ

ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟ୍ରାର ବା NRCକୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ଏହାକୁ ବିରୋଧ କରି ଆଜି ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ଏହା ସହିତ ସେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 12, 2019, 5:22 PM IST

କୋଲକାତା: ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟ୍ରାର(NRC) କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ଘୋର ବିରୋଧ କରିଛନ୍ତି । ଏନେଇ ଏହାକୁ ବିରୋଧ କରି ମମତା ଆଜି ଏକ ବିଶାଳ ରାଲିର ଆୟୋଜନ କରିଛନ୍ତି ।

ଏହି ଶୋଭାଯାତ୍ରା ସମୟରେ ମମତା କହିଛନ୍ତି କି, "ଧର୍ମ ପାଇଁ, ହିନ୍ଦୁମାନଙ୍କ ପାଇଁ, ସମସ୍ତ ଜାତି ଯଥା ମୁସଲମାନ, ଶିଖ, ଇସାଇ ସମସ୍ତ ଜାତି ପାଇଁ ମୋର ଏହି ବିରୋଧ ଶୋଭାଯାତ୍ରା" । ଏହା ସହିତ ସେ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଭାବେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର କ୍ଷମତାକୁ ବ୍ୟବହାର କରି ପଶ୍ଚିମବଙ୍ଗକୁ ଚୁପ କରାଇ ପାରିବେ ନାହିଁ ।

"ହଠାତ ଆମ ମାନଙ୍କୁ ଧର୍ମର ପାଠ ପଢାଇବା ଆରମ୍ଭ କରିଦେଇଛନ୍ତି । ଯେମିତି ପଶ୍ଚିମବଙ୍ଗବାସୀ ଇଦ, ଦୁର୍ଗା ପୂଜା, ମହରମ ଏବଂ ଛଟ ପୂଜା ଭଳି ପର୍ବକୁ ଯେପରି ପାଳନ କରୁନାହାଁନ୍ତି । ଦୟାକରି ଏହାକୁ ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି "।

ABOUT THE AUTHOR

...view details