ଓଡିଶା

odisha

ETV Bharat / bharat

ନିର୍ବାଚନ ସମୟରେ ଏକା ହୋଇଯିବେ ମମତା: ଅମିତ ଶାହ - amit sagh targrt to mamata banargee

ନିର୍ବାଚନ ହେବା ବେଳକୁ ମମତା ଦିଦି ନିଜକୁ ଏକୁଟିଆ ପାଇବେ ବୋଲି କହି ଶାହଙ୍କ ଟାର୍ଗେଟ । ଅଧିକ ପଢନ୍ତୁ.....

ନିର୍ବାଚନ ସମୟରେ ଏକା ହୋଇଯିବେ ମମତା : ଅମିତ ଶାହ
ନିର୍ବାଚନ ସମୟରେ ଏକା ହୋଇଯିବେ ମମତା : ଅମିତ ଶାହ

By

Published : Jan 31, 2021, 3:35 PM IST

ନୂଆଦିଲ୍ଲୀ:ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବାବେଳେ ତୃଣମୂଳ କଂଗ୍ରେସ ଏବଂ ଅନ୍ୟ ଦଳର ନେତାମାନେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାରେ ଲାଗିଛନ୍ତି । ନିର୍ବାଚନ ହେବାବେଳକୁ ମମତା ଦିଦି ନିଜକୁ ଏକୁଟିଆ ପାଇବେ। ଏପରି କହି ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହ ଆଜି ହାଓ୍ବଡାରେ ଆୟୋଜିତ ଏକ ଦଳୀୟ ରାଲିକୁ ଭିଡିଓ କନ୍ପରେନ୍ସିଂ ମାଧ୍ୟମରେ ସମ୍ବାଧିତ କରିବା ଅବସରରେ ଏପରି କହିଛନ୍ତି ।

ଶାହ କହିଛନ୍ତି ମମତା ପଶ୍ଚିମବଙ୍ଗବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ସେ ପ୍ରତ୍ୟେକ କ୍ଷେତ୍ରରେ ପଶ୍ଚିମବଙ୍ଗକୁ ପଛକୁ ନେଇଛନ୍ତି । ରାଜ୍ୟବାସୀ ତାଙ୍କୁ କଦାପି କ୍ଷମା କରିବେ ନାହିଁ । ଗତକାଲି ଟିଏମସିର ପୂର୍ବତନ ନେତା ରାଜୀବ ବାନାର୍ଜୀ, ବୈଶାଲୀ ଡାଲମିଆ, ପ୍ରବୀର ଘୋଷାଲ, ରଥିନ ଚକ୍ରବର୍ତ୍ତୀ ଏବଂ ରୁଦ୍ରାନିଲ ଘୋଷ ପ୍ରମୁଖ ଟିଏମସି ନେତା ବିଜେପିରେ ଯୋଗ ଦେଇଥିଲେ ।

ଆଜି ହାଓ୍ବାଡାରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ଏଥିରେ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ ତଥା ଦଳର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗିୟ, ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ ପ୍ରମୁଖ ମଧ୍ୟ ଯୋଗ ଦେଇଥିବା ବେଳେ ବିଜେପିରେ ସଦ୍ୟ ମିଶିଥିବା ତୃଣମୂଳ କଂଗ୍ରେସର ନେତା ମାନେ ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ଗତ କିଛି ମାସ ପୂର୍ବରୁ ଦଳର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଓ ଅନ୍ୟ କିଛି ନେତା ମଧ୍ୟ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲା । ଯାହା ମମତାଙ୍କ ଅଡୁଆ ବଢାଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details