କିନ୍ତୁ ନିଜ କାମରେ ଖିଲାପ କରୁ ନାହାନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବଜେଟ ପାଇଁ କ୍ୟାବିନେଟ ବୈଠକ ହେଉ ବା ପୋଲିସ ଅଧିକାରୀଙ୍କୁ ସମ୍ମାନିତ କାର୍ଯ୍ୟକ୍ରମ ସବୁକିଛି ଧାରଣାସ୍ଥଳରେ ଚାଲିଛି । ଏପରି କ୍ଷେତ୍ରରେ ଦିଦିଙ୍କ ବୟାନ ମାହୋଲକୁ ଆହୁରି ଉଷ୍ଣ କରି ଦେଇଛି । ଜୀବନ ଦେଇଦେବି ହେଲେ ଆପୋଷ ବୁଝାମଣା କରିବାକୁ ମନା କରି ଦେଇଛନ୍ତି ମମତା ଦିଦି ।
କଲିକତା ପୋଲିସ କମିଶନରଙ୍କ ଚୌକିକୁ ଅପମାନିତ କରିବା ପାଇଁ ପ୍ରୟାସ କରିଛି କେନ୍ଦ୍ର । ଏହାର ସମ୍ମାନ ପାଇଁ ଧାରଣାରେ ବସିଥିବା କହିଛନ୍ତି ଦିଦି । ରାଜନୀତି ଆଢୁଆଳରେ ମୁହାଁମୁହିଁ ହୋଇଛନ୍ତି ସିବିଆଇ ଓ ରାଜ୍ୟ ପୋଲିସ । ଆଉ ଏହି ବିବାଦ ମମତା ସରକାର ବନାମ ମୋଦି ସରକାରରେ ପହଞ୍ଚିଛି । ସେପଟେ ମେଟ୍ରୋ ଚ୍ୟାନେଲରୁ ଧାରଣା ଆରମ୍ଭ କରିଥିବା ମମତାଙ୍କ ରହିଛି କିଛି ଅଲଗା ଷ୍ଟୋରୀ ।