କୋଲକାତା: ଯଦି ଧର୍ମ ଆଧାରରେ ସଂଶୋଧିତ ନାଗରିକତା ବିଧେୟକ ଆଗତ ହେବ ତାହେଲେ ଏହା ଭାରତର ଦ୍ବିତୀୟ ସ୍ବାଧୀନତା ସଂଗ୍ରାମ ହେବ। ସ୍ବାଧୀନତା ବେଳେ ଭାଗ ନେଇପାରିନଥିଲୁ ହେଲେ, ଏହି ଦ୍ବିତୀୟ ସ୍ବାଧୀନତା ସଂଗ୍ରାମରେ ନିଶ୍ଚୟ ସାମିଲ ହେବୁ ବୋଲି ମତ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ।
ନାଗରିକତା ବିଲକୁ ନେଇ ମମତାଙ୍କ ଦ୍ବିତୀୟ ସ୍ବାଧୀନତା ସଂଗ୍ରାମ ଆହ୍ବାନ - second freedom struggle
ମମତାଙ୍କ ଦ୍ବିତୀୟ ସ୍ବାଧୀନତା ସଂଗ୍ରାମ ଆହ୍ବାନ। ନାଗରିକତା ବିଲକୁ ବିରୋଧ କରି ସେ ଏକ ରାଲିରେ ଏପରି ମନ୍ତବ୍ୟ ଦେଇଛନ୍ତି। ଆଗକୁ ପଢନ୍ତୁ...
ଏନେଇ ସେ କହିଛନ୍ତି,‘ଏନଡିଏ ସରକାର ସାଧାରଣ ଜନାତାଙ୍କ ଠାରୁ ଦେଶରେ ରହିବାର ହକ ଛଡାଇ ନେଇ ପାରିବେ ନାହିଁ। ପଶ୍ଚିମବଙ୍ଗରେ ଏନଆରସିକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ମାନସିକ ଚାପରେ 30 ଜଣ ଆତ୍ମହତ୍ୟା କରି ସାରିଲେଣି। ଯଦି ଏନେଇ ଆମକୁ କିଏ ବିରୋଧ କରିବ ଆମେ ତାକୁ ଛାଡିବୁ ନାହିଁ।’
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଉଦ୍ଦେଶ୍ୟରେ କହିଛନ୍ତି,‘ମୁଁ ଜାଣେ ହସିନା ଜୀ ହିନ୍ଦୁଙ୍କୁ ସୁରକ୍ଷା ଯୋଗାଉଛନ୍ତି । ଠିକ ସେହିଭଳି ପଶ୍ଚିମବଙ୍ଗରେ ମୁସଲିମ, ଶିଖ, ଖ୍ରୀଷ୍ଟିଆନଙ୍କୁ ମଧ୍ୟ ଏଠାରେ ସୁରକ୍ଷା ଦିଆଯିବ। ସେମାନେ ପଶ୍ଚିମବଙ୍ଗରୁ ବିହାରୀ ଏବଂ ରାଜସ୍ଥାନୀଙ୍କୁ ତଡିବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ତାହା କେବେ ସମ୍ଭବ ହେବାକୁ ଆମେ ଦେବୁନାହିଁ। ଏମିତି ରାଲି କରିଚାଲିଥିବୁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।