କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ଯୋଗୀଙ୍କ ବୟାନ ‘ବାତୋ ସେ ନେହି ମାନେଙ୍ଗେ ତୋ ଗୋଳି ସେ ମାନେଙ୍ଗେ’ ବୟାନକୁ ନେଇ କଡା ଟିପ୍ପଣୀ ଦେଇଛନ୍ତି ସେ । ସେ କହିଥିଲେ, ‘ଭାରତ ଏକ ଭୟଙ୍କର ସ୍ଥିତିର ସାମ୍ନା କରୁଛି କାରଣ ସାମ୍ବିଧାନିକ ପଦବୀରେ ବସିଥିବା ଲୋକ ଦେଶରେ ଘୃଣା ସୃଷ୍ଟି କରୁଛନ୍ତି। ’
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେବେ ନିର୍ବାଚନ ପାଖେଇ ଆସେ ବିଜେପି ସେତେବେଳେ ସାମ୍ପ୍ରଦାୟିକ ରାଜନୀତି କରିବା ଆରମ୍ଭ କରିଥାଏ । ବିଜେପି କେବେ ଚାଷୀ ଓ ଛାତ୍ରଙ୍କ ବିଷୟରେ ଆଲୋଚନା କରିନାହିଁ । ବିଜେପିର କେବଳ ଦେଶ ବିଭାଜନ କରିବା ଉଦ୍ଦେଶ୍ୟ ।