ଓଡିଶା

odisha

By

Published : Jul 3, 2019, 8:31 PM IST

ETV Bharat / bharat

ମୋଦିଙ୍କ ସାହାଯ୍ୟ ଲୋଡିଲେ ଦିଦି

କେନ୍ଦ୍ର ସରକାରଙ୍କ ଦ୍ବାରା ପଶ୍ଚିମବଙ୍ଗ ନାମକୁ ପରିବର୍ତ୍ତନ କରି 'ବାଙ୍ଗଲା' ରଖିବା ପ୍ରସ୍ତାବ ଖାରଜ ହେବା ପରେ ଏବେ ଏନେଇ ମୋଦିଙ୍କ ସାହାଯ୍ୟ ଲୋଡିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଫାଇଲ ଫଟୋ

କୋଲକାତା: ପଶ୍ଚିମବଙ୍ଗ ନାମକୁ ପରିବର୍ତ୍ତନ କରି 'ବାଙ୍ଗଲା' ରଖିବାକୁ ଅଡି ବସିଛନ୍ତି ମମତା ସରକାର । କେନ୍ଦ୍ର ସରକାରଙ୍କ ଦ୍ବାରା ଏହି ପ୍ରସ୍ତାବ ଖାରଜ ହେବା ପରେ ଏବେ ଏନେଇ ମୋଦିଙ୍କ ସାହାଯ୍ୟ ଲୋଡିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗର ନାମକୁ ପରିବର୍ତ୍ତନ କରି 'ବାଙ୍ଗଲା' କରିବାର ସଂଶୋଧିତ ପ୍ରସ୍ତାବକୁ ଚଳିତ ସଂସଦୀୟ ଅଧିବେଶନରେ ଆଗତ କରିବାକୁ ମୋଦିଙ୍କୁ ନିବେଦନ କରିଛନ୍ତି ମମତା । ଏନେଇ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବୁଧବାର ଚିଠି ଲେଖିଛନ୍ତି ।

ମମତା ସରକାରଙ୍କ ରାଜ୍ୟର ନାମ ବାଙ୍ଗଲା ରଖିବାର ପ୍ରସ୍ତାବ ରାଜ୍ୟ ବିଧାନସଭାରେ ଗତବର୍ଷ ଜୁଲାଇ ୨୭ରେ ପାରିତ ହୋଇଥିଲା । ଏହି ପ୍ରସ୍ତାବରେ ପଶ୍ଚିମବଙ୍ଗର ନାମ ବଙ୍ଗାଳୀରେ 'ବଙ୍ଗଳା', ଇଂରାଜୀରେ 'ବେଙ୍ଗଲ' ଏବଂ ହିନ୍ଦୀରେ 'ବଙ୍ଗାଲ' ରଖିବାର ପ୍ରାବଧାନ ଥିଲା ।

ଏହାପରେ ପ୍ରସ୍ତାବକୁ ମଞ୍ଜୁରୀ ଦେବା ପାଇଁ ଗୃହ ମନ୍ତ୍ରାଳୟ ନିକଟକୁ ପଠାଯାଇଥିଲା । କିନ୍ତୁ ବୁଧବାର ଏହି ପ୍ରସ୍ତାବକୁ କେନ୍ଦ୍ର ସରକାର ଖାରଜ କରି ଦେଇଛନ୍ତି । ଗୋଟିଏ ରାଜ୍ୟର ନାମ ପରିବର୍ତ୍ତନ କରିବାକୁ ସମ୍ବିଧାନିକ ସଂଶୋଧନର ଆବଶ୍ୟକତା ରହିଛି ବୋଲି ବୁଧବାର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ।

ABOUT THE AUTHOR

...view details