କୋଲକାତା: ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶରେ ରାଜନୀତି ତୀବ୍ର ହେବାରେ ଲାଗିଛି । ନିକଟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଟିମ୍ ମଧ୍ୟ ଏହି ଘଟଣା ସମ୍ପର୍କରେ ଯୋଗୀ ସରକାରଙ୍କୁ ଘେରିଥିଲେ। ଏହାପରେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ ନିଜ ରାଜ୍ୟର ସ୍ଥିତି ଉପରେ ପ୍ରଶ୍ନ କରିଥିଲେ।
ଦୁଷ୍କର୍ମକୁ ନେଇ ମୁହାଁମୁହିଁ ମମତା-ରାଜ୍ୟପାଳ - ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ
ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶରେ ରାଜନୀତି ତୀବ୍ର ହେବାରେ ଲାଗିଛି । ନିକଟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଟିମ୍ ମଧ୍ୟ ଏହି ଘଟଣା ସମ୍ପର୍କରେ ଯୋଗୀ ସରକାରଙ୍କୁ ଘେରିଥିଲେ।
![ଦୁଷ୍କର୍ମକୁ ନେଇ ମୁହାଁମୁହିଁ ମମତା-ରାଜ୍ୟପାଳ ମମତା ସରକାର](https://etvbharatimages.akamaized.net/etvbharat/prod-images/768-512-9080748-thumbnail-3x2-mamata.jpg)
ରାଜ୍ୟପାଳଙ୍କ ଅଭିଯୋଗରେ ରାଜ୍ୟ ଗୃହ ବିଭାଗ ସ୍ପଷ୍ଟୀକରଣ ଦେଇଛି। ବିବୃତ୍ତିରେ କୁହାଯାଇଛି ଯେ ରାଜଭବନ ଦ୍ବାରା ପଶ୍ଚିମବଙ୍ଗର ରିପୋର୍ଟ ହୋଇଥିବା ଦୁଷ୍କର୍ମ ଓ ଅପହରଣର ଆକଳନ ଠିକ ନୁହେଁ। ଏହି ସମସ୍ତ ଅଭିଯୋଗ ଭୁଲ ମନୋଭାବରେ କରାଯାଇଛି। ପ୍ରକାଶଥାଉକି, ରାଜ୍ୟପାଳ ଅଭିଯୋଗ କରିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟରେ ବଙ୍ଗରେ 223 ଟି ଦୁଷ୍କର୍ମ ଏବଂ 639 ଟି ଅପହରଣ ଘଟଣା ଘଟିଛି। ଟ୍ବିଟରରେ ରାଜ୍ୟପାଳଙ୍କ ତରଫରୁ ପୁରା ତାଲିକା ସେୟାର କରାଯାଇଥିଲା। ଏଥିରେ ସେ ବଙ୍ଗରେ ମହିଳାଙ୍କ ପ୍ରତି ବଢୁଥିବା ଅପରାଧକୁ ନେଇ ଉଦବେଗ ପ୍ରକାଶ କରିଥିଲେ।
ଜଗଦୀପ ଧନଖଡ ତାଙ୍କ ଟ୍ବିଟରେ ଲେଖିଛନ୍ତି ଯେ ମମତା ପ୍ରଥମେ ନିଜ ଘର ନିଆଁ ଲିଭାନ୍ତୁ ଓ ଆଇନ୍ ଶୃଙ୍ଖଳାକୁ ନିୟନ୍ତ୍ରଣ କରନ୍ତୁ । ଏହାପରେ ରାଜ୍ୟସରକାର ଜବାବ ଦେବା ପରେ ରାଜ୍ୟପାଳ ପୁଣି ପ୍ରତି ଆକ୍ରମଣ କରି କହିଥିଲେ ଯେ, ଏହି ସମସ୍ତ ରିପୋର୍ଟ ତାଙ୍କରି ସରକାରଙ୍କ ବିଭିନ୍ନ ବିଭାଗରୁ ମିଳିଛି ।