କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟର 8 ହଜାରରୁ ଅଧିକ ଗରିବ ସନାତନ ବ୍ରାହ୍ମଣ ପୁରୋହିତଙ୍କ ପାଇଁ ମାସିକ 1 ହଜାର ଟଙ୍କା ଭତ୍ତା ଏବଂ ମାଗଣା ଘର ଘୋଷଣା କରିଛନ୍ତି। 2021ରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଥିଲା ।
ସିଏମ ବାନାର୍ଜୀ କହିଛନ୍ତି ଯେ, "ଆମେ ପୂର୍ବରୁ ସନାତନ ବ୍ରାହ୍ମଣ ସମ୍ପ୍ରଦାୟକୁ କୋଲାଘାଟରେ ଏକ ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ଜମି ଯୋଗାଇ ଦେଇଥିଲୁ। ଏହି ସମ୍ପ୍ରଦାୟର ଅନେକ ପୁରୋହିତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଅଟନ୍ତି। ସେମାନଙ୍କୁ ମାସିକ ଏକ ହଜାର ଭତ୍ତା ପ୍ରଦାନ କରି ସେମାନଙ୍କୁ ମାଗଣା ଘର ଯୋଗାଇଦେବାକୁ ନିଷ୍ପତ୍ତି ନେଇଛୁ। ଏହା ରାଜ୍ୟ ସରକାରଙ୍କ ଗୃହ ଯୋଜନା''।