କୋଲକାତା: ଭାରତ ବନ୍ଦ ପ୍ରଭାବ ପଶ୍ଚିମବଙ୍ଗରେ ହିଂସାତ୍ମକ ରୂପ ନେଇଛି। ଆନ୍ଦୋଳନ ଚାଲିଥିବା ରାଜ୍ୟର ବର୍ଦ୍ଧମାନ ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ତୃଣମୂଳ କଂଗ୍ରେସ ଏବଂ ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆ (ଏସଏଫଆଇ) ମଧ୍ୟରେ ଧସ୍ତାଧସ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧ କରି 10ଟି ଟ୍ରେଡ ୟୁନିଅନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି।
ପଶ୍ଚିମବଙ୍ଗରେ ଭାରତ ବନ୍ଦ ପ୍ରଭାବ, ଆନ୍ଦୋଳନ ସମୟରେ ଧସ୍ତାଧସ୍ତି - ପଶ୍ଚିମବଙ୍ଗରେ ଭାରତ ବନ୍ଦ ପ୍ରଭାବ
ପଶ୍ଚିମବଙ୍ଗରେ ଭାରତ ବନ୍ଦ ପ୍ରଭାବ ଏବେ ହିଂସାତ୍ମକ ରୂପ ଧାରଣ କରିଛି। ଆନ୍ଦୋଳନ ଚାଲିଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ଧସ୍ତାଧସ୍ତି ହୋଇଥିବାର ଖବର ମିଳିଛି। ଅଧିକ ପଢନ୍ତୁ...
ଅନ୍ୟପଟେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଆନ୍ଦୋଳନ ଚାଲିଥିବା ସମୟରେ ଉତ୍ୟକ୍ତ ହୋଇ ଉଠିଛନ୍ତି ଆନ୍ଦୋଳନକାରୀ। ଆନ୍ଦୋଳନ ଆନ୍ଦୋଳନକାରୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି। ପୋଲିସ ମାଡରେ 2 ଆନ୍ଦୋଳନକାରୀ ଆହତ ହୋଇଥିବା କୁହାଯାଉଛି। ବୁଧବାର ମାଲଦା ଜିଲ୍ଲାର ଗାଜୋଲସ୍ଥିତ ବାମନଗୋଲାର ଜାତୀୟ ରାଜପଥକୁ ଭାରତ ବନ୍ଦ ଚାଲିଥିବା ସମୟରେ ଅବରୋଧ କରିଥିଲେ ଆନ୍ଦୋଳନକାରୀ। ପୋଲିସ ଏହି ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା।
ହେଲେ ସେତିକି ବେଳେ କିଛି ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟରେ ସାମାନ୍ୟ ବଚସା ହେବାରୁ ଆରମ୍ଭ ହୋଇଯାଇଥିଲା ଧସ୍ତାଧସ୍ତି। ଅନ୍ୟପଟେ ସିପିଏମ ନେତା ପ୍ରଣବ ଚୌଧୁରୀ ଅଭିଯୋଗ କରିଛନ୍ତି ଯେ, ଆନ୍ଦୋଳନକାରୀ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରୁଥିଲେ। ସେତିକି ବେଳେ ପୋଲିସ ଆସି ହଠାତ ଆକ୍ରମଣ କରିଥିଲା। ଏହି ଅଭିଯୋଗକୁ ଖଣ୍ଡନ କରିଛି ପୋଲିସ।