ଓଡିଶା

odisha

ETV Bharat / bharat

ଡେଙ୍ଗୁ ମ୍ୟାଲେରିଆ କବଳରେ ଦେଶର ରାଜଧାନୀ - Malaria dengue havoc in Delhi

ଦିଲ୍ଲୀରେ ଦିନକୁ ଦିନ କାୟା ବିସ୍ତାର କରୁଛି ଡେଙ୍ଗୁ ଓ ମ୍ୟାଲେରିଆ । ଏଥିରେ ଉର୍ଦ୍ଧ୍ବ ମ୍ୟାଲେରିଆ ରୋଗୀ ଓ 50ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Aug 11, 2019, 4:26 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ଓ ମ୍ୟାଲେରିଆର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ନଗର ନିଗମର ରିପୋର୍ଟ ମୁତାବକ, ବର୍ତ୍ତମାନ ମ୍ୟାଲେରିଆର ସଂଖ୍ୟା 100 ପାର ହୋଇସାରିଲାଣି । ସେହିପରି 50ରୁ ଉର୍ଦ୍ଧ୍ବ ରୋଗୀ ଡେଙ୍ଗୁରେ ପୀଡିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଡାକ୍ତର ରାମ ମନୋହର ଲୋହିୟାଙ୍କ କହିବାନୂଯାୟୀ, ବର୍ଷା ଦିନରେ ବିଭିନ୍ନ ସ୍ଥାନରେ ପାଣି ଜମିବା, ରାସ୍ତା ଘାଟରେ ଅଳିଆ ଆବର୍ଜନା ପଡିରହିଥାଏ । ଆଉ ସେଥିରେ ମଶା ମାନେ ତାଙ୍କର ବଂଶ ବିସ୍ତାର କରିଥାନ୍ତି । ଯାହାଦ୍ବାରା ମ୍ୟାଲେରିଆ ଅତି ଭୟଙ୍କର ଭାବେ ବ୍ୟାପିଥାଏ । ତେଣୁ ପରିବେଶ ପରିଷ୍କାର ରଖିବା ସହ ଲୋକେ ସଚେତନ ହେଲେ ଏହି ରୋଗର ସଂଖ୍ୟା କମିବ ।

ସେହିଭଳି ଡେଙ୍ଗୁ ମଶା ସଫା ପାଣିରେ ତାର ବଂଶ ବିସ୍ତାର କରିଥାଏ । ଯଦି ଏକ ସପ୍ତାହରୁ ଅଧିକ ଦିନ ପାଣି ସାଇତି କରି ରଖୁଛନ୍ତି ତେବେ ସେଥିରେ ଡେଙ୍ଗୁ ମଶା ନିଜର ଲାର୍ଭା ଛାଡି ଦେଇଥାଏ । ଯାହା ଅତି ବିପଦଜନକ ଅଟେ । ତେଣୁ ଷ୍ଟକ କରି ରଖୁଥିବା ପାଣିକୁ ବାରମ୍ବାର ବଦଳାଇବା ଦ୍ବାରା ଡେଙ୍ଗୁର ଆଶଙ୍କାକୁ ଦୂର କରିହେବ।

ତେବେ ନିଜର ଘର ଆଖପାଖ ସଫା ସୁତରା ରଖିବା ସହ କୌଣସି ସ୍ଥାନରେ ପାଣି ଜମା ନ ରଖିବା ଦ୍ବାରା ଡେଙ୍ଗୁ ଓ ମ୍ୟାଲେରିଆରୁ ରକ୍ଷା ମିଳିପାରିବ । ଏହା ବ୍ୟତୀତ ପ୍ରତ୍ୟକ ଦିନ ମଶାରୀ ଟାଙ୍ଗି ଶୋଇଲେ ମଧ୍ୟ ଏହି ରୋଗରୁ ରକ୍ଷା ପାଇପାରିବେ ।

ABOUT THE AUTHOR

...view details