ନୂଆଦିଲ୍ଲୀ: କେରଳ ମାଲ୍ଲାପୁରମରେ ଗର୍ଭଣୀ ହାତୀର ମୃତ୍ୟୁ ଘଟଣାରେ ବିଜେପି ସାଂସଦ ମେନକା ଗାନ୍ଧୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ମେନକା ଗର୍ଭଣୀ ହାତୀଟିର ମୃତ୍ୟୁକୁ ହତ୍ୟା ବୋଲି କହିବା ସହ ଏପରି ଘଟଣା ପାଇଁ ମାଲ୍ଲାପୁରମ କୁଖ୍ୟାତ ବୋଲି ସେ କହିଛନ୍ତି । ଏହା ସହିତ କେରଳର ୱାୟନାଡରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ବନ ସଚିବଙ୍କୁ ହଟାଇବାକୁ କହିଛନ୍ତି । ବନ୍ୟଜନ୍ତୁ ସଂରକ୍ଷଣ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେବା ଉଚିତ । ରାହୁଲ ଗାନ୍ଧୀ ସେହି ଅଞ୍ଚଳରୁ ସାଂସଦ ଥିବାବେଳେ, ସେ କାହିଁକି ଏପର୍ଯ୍ୟନ୍ତ ପଦକ୍ଷେପ ନେଇ ନାହାଁନ୍ତି ?
ଗର୍ଭଣୀ ହାତୀ ମୁତ୍ୟୁ ଘଟଣାରେ କ'ଣ ପାଇଁ ଚୁପ ବସିଛନ୍ତି ରାହୁଲ: ମେନକା - Malappuram India's most violent district
କେରଳ ହାତୀ ମୁତ୍ୟୁକୁ ହତ୍ୟା କହିବା ସହ ରାହୁଲଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ମେନକା ଗାନ୍ଧି, କହିଲେ ମାଲ୍ଲାପୁରମ ଏକ ହିଂସାତ୍ମକ ରାଜ୍ୟ । ଅଧିକ ପଢନ୍ତୁ...
ସେ ଆହୁରି କହିଛନ୍ତି ଯେ, ମାଲ୍ଲାପୁରମ ଦେଶର ସବୁଠାରୁ ହିଂସାତ୍ମକ ରାଜ୍ୟ। ଏଠାରେ ଲୋକମାନେ ରାସ୍ତାରେ ବିଷ ପକାନ୍ତି, ଯାହାଫଳରେ 300 ରୁ 400 ପକ୍ଷୀ ଏବଂ କୁକୁର ଏକାସାଙ୍ଗରେ ମୃତ୍ୟୁବରଣ କରିଥିଲେ । କେରଳରେ ପ୍ରତି 3 ଦିନରେ ଏକ ହାତୀର ମୃତ୍ୟୁ ଘଟିଥାଏ। ମାଲ୍ଲାପୁରମ ମାମଲାରେ କେରଳ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାଁନ୍ତି । ଲାଗୁଛି ଯେ ସେମାନେ ଭୟଭୀତ ଅଛନ୍ତି । ଯେକୌଣସି ପ୍ରକାରେ ଭାରତରେ ହାତୀ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ବର୍ତ୍ତମାନ ସେମାନଙ୍କ ସଂଖ୍ୟା 20 ହଜାରରୁ କମ ରହିଛି ।
ସୂଚନାମୁତାବକ, ମାଲ୍ଲାପୁରମରେ ଏକ ଗର୍ଭଣୀ ହାତୀକୁ ଗତ ସପ୍ତାହରେ ଏକ ସପୁରୀ ଭିତରେ ବାଣ ପୁରାଇ ଖାଇବାକୁ ଦିଆଯାଇଥିଲା। ଖାଦ୍ୟ ସନ୍ଧାନରେ ଆସିଥିବା ହାତୀଟି ଯେତବେଳେ ଏହାକୁ ପାଟିରେ ପୁରାଇଛି ସେହିସମୟରେ ତାର ପାଟି ଭିତରେ ଏହା ବ୍ଲାଷ୍ଟ ହୋଇଯାଇଥିଲା । ଯେଉଁ କାରଣରୁ ତାର ମୃତ୍ୟୁ ହୋଇଥିଲା।