ଓଡିଶା

odisha

ETV Bharat / bharat

ଲକଡାଉନରେ ପିଲାଙ୍କୁ ଦିଅନ୍ତୁ ପ୍ରେରଣା

କୋରୋନା ଭୟ ଯୋଗୁଁ ବାହାରକୁ ଯିବା ମୁସ୍କିଲ । ଏପରି ସମୟରେ ସମସ୍ତେ ପରିବାର ସହ ସମୟ କାଟୁଛନ୍ତି । ସବୁ ଘରେ ଲାଗିଛି ଭିଡ ଓ କୋଳାହଳ । ତେବେ ଏପରି ସମୟକୁ ସଦୁପଯୋଗ କରି ପିଲାଙ୍କ ସହ ଅଧିକ ସମୟ କାଟନ୍ତୁ । ଅଧିକ ପଢନ୍ତୁ...

ଲକଡାଉନରେ ପିଲାଙ୍କୁ ଦିଅନ୍ତୁ ପ୍ରେରଣା
ଲକଡାଉନରେ ପିଲାଙ୍କୁ ଦିଅନ୍ତୁ ପ୍ରେରଣା

By

Published : May 9, 2020, 6:37 AM IST

ହାଇଦ୍ରାବାଦ: ବର୍ତ୍ତମାନ ଲକଡାଉନରେ ସମସ୍ତେ ଘରେ ବନ୍ଦୀ । କୋରୋନା ଭୟ ଯୋଗୁଁ ବାହାରକୁ ଯିବା ମୁସ୍କିଲ । ଏପରି ସମୟରେ ସମସ୍ତେ ପରିବାର ସହ ସମୟ କାଟୁଛନ୍ତି । ସବୁ ଘରେ ଲାଗିଛି ଭିଡ ଓ କୋଳାହଳ । ତେବେ ଏପରି ସମୟକୁ ସଦୁପଯୋଗ କରି ପିଲାଙ୍କ ସହ ଅଧିକ ସମୟ କାଟନ୍ତୁ ।

ଘର ଲୋକଙ୍କୁ ଆପଣଙ୍କ ନୂଆ ରୂପ ଦେଖାନ୍ତୁ । ଆପଣ ସବୁବେଳେ ଅଫିସରେ ବ୍ୟସ୍ତ ରହନ୍ତି । ଘରେ ପିଲାଛୁଆଙ୍କ ପାଠପଢାଠୁ ସବୁ କାମ ବୁଝନ୍ତି ଆପଣଙ୍କ ପତ୍ନୀ । ଏହି ସମୟରେ ଆପଣ ପିଲାଛୁଆଙ୍କ ଦାୟିତ୍ବ ନିଅନ୍ତୁ । ଆଉ ସେମାନଙ୍କୁ ଜୀବନରେ ଆଗେଇବାକୁ ପ୍ରେରଣାଦାୟୀ କାହାଣୀ ଶୁଣାନ୍ତୁ । ଏହି କାହାଣୀ ଆପଣଙ୍କର ହୋଇପାରେ କିମ୍ବା ଅନ୍ୟ କୌଣସି ମହାନ ପୁରୁଷଙ୍କର ।

ସେମାନଙ୍କୁ ଆପଣଙ୍କ ସଙ୍ଘର୍ଷ କଥା କହନ୍ତୁ । ଜୀବନର ମହତ୍ତ୍ବ ଓ ବାସ୍ତବତା ବୁଝାନ୍ତୁ । ଅତୀତରେ ଯଦି କୌଣସି କଠିନ ପରିସ୍ଥିତି ଦେଇ ଗତି କରିଛନ୍ତି ତେବେ ସେଥିରୁ କିପରି ବାହାରିଛନ୍ତି ସେହି କଥା କୁହନ୍ତୁ । କିପରି ସେହି ସମୟକୁ ସାମନା କରି ଆଗେଇଛନ୍ତି ତାହା ଶୁଣାନ୍ତୁ । କିପରି କୋରୋନାକୁ ମୁକାବିଲା କରିବେ ସେକଥା ବୁଝାନ୍ତୁ । ଆପଣଙ୍କ ପ୍ରେରଣାଦାୟୀ କଥା ସେମାନଙ୍କୁ ନିଶ୍ଚୟ ଉତ୍ସାହ ଦେବ ।

ଅଫିସରେ ଆପଣଙ୍କ ସଫଳତାର କାହାଣୀ ଘର ଲୋକଙ୍କୁ ଶୁଣାନ୍ତୁ । ସେମାନେ ଉତ୍ସାହିତ ହେବେ ଆଉ ଆପଣଙ୍କ ସମୟ କଟିଯିବ । ସବୁବେଳେ ଆପଣଙ୍କୁ ମିସ କରୁଥିବା ପିଲା ଆପଣଙ୍କୁ ପାଖରେ ପାଇ ନିଶ୍ଚିତ ଖୁସି ହେବା ସହ ଅନେକ କିଛି ଶିଖିବେ ।

ABOUT THE AUTHOR

...view details