ଓଡିଶା

odisha

ETV Bharat / bharat

ପିଲାଙ୍କୁ ହୃଦରୋଗରୁ ଦୂର କରିବ ହେଲଦି ଖାଇବା ଅଭ୍ୟାସ - ଭଲ ଖାଦ୍ୟାଭ୍ୟାସ

ପିଲାମାନଙ୍କ ଖାଦ୍ୟାଭ୍ୟାସରେ ଦୈନିକ କିଛି ନୂଆ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ । ନିକଟରେ ଏନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣା ପଡିଛି କି ପିଲାମାନଙ୍କୁ ଖାଦ୍ୟାଭ୍ୟାସ ଛୁଆରୁ ଯେତିକି ସୁସ୍ଥ ରହିବ ବଡ ହେଲେ ସେମାନଙ୍କ ଦେହରେ ହୃଦରୋଗର ଆଶଙ୍କା ସେତିକି କମ ରହିବ ।

food habit of inphant, helthy food, save child from heart risk, heart risk, good food habit, health news, ପିଲାଙ୍କ ଖାଦ୍ୟାଭ୍ୟାସ, ହେଲଦି ଖାଦ୍ୟ, ପିଲାଙ୍କ ହୃଦରୋଗରୁ ବଞ୍ଚାନ୍ତୁ, ହୃଦରୋଗ, ଭଲ ଖାଦ୍ୟାଭ୍ୟାସ, ସ୍ବାସ୍ଥ୍ୟ ଖବର
ପିଲାଙ୍କୁ ହୃଦରୋଗରୁ ଦୂର କରିବ ହେଲଦି ଖାଇବା ଅଭ୍ୟାସ

By

Published : May 12, 2020, 6:36 AM IST

ନ୍ୟୁୟର୍କ: ବର୍ତ୍ତମାନ ସମୟରେ ଖାଦ୍ୟର ମାନ ପରିବର୍ତ୍ତନ ସହ ବଢିଚାଲିଛି ନୂଆ ରୋଗର ପ୍ରକାରଭେବ । ତେବେ ହୃଦରୋଗ ସବୁଠାରୁ ଜଟିଳ ଓ ଅସାଧ୍ୟ ରୋଗ ବୋଲି କୁହାଯାଉଥିବା ବେଳେ ଏହା କିଛି ନିର୍ଦ୍ଧିଷ୍ଟ ଜିନିଷ ଉପରେ ନିର୍ଭରଶୀଳ ହୋଇନଥାଏ । କିନ୍ତୁ ଏହାକୁ ଆପଣ ଚାହିଁଲେ ପିଲାମାନଙ୍କଠାରୁ ଦୂରେଇ ରଖିପାରିବେ । ଏଥିପାଇଁ ଆବଶ୍ୟକ କିଛି ଧୈର୍ଯ୍ୟ ଓ ନୂଆ କିଛି କରିବାର ଜୋଶ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଛୁଆଟି ବେଳୁ ପିଲାମାନଙ୍କ ଖାଦ୍ୟାଭ୍ୟାସ ଉପରେ ପର୍ଯ୍ୟାପ୍ତ ନଜର ରଖନ୍ତୁ ।

ପିଲାମାନଙ୍କ ଖାଦ୍ୟାଭ୍ୟାସରେ ଦୈନିକ କିଛି ନୂଆ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ । ନିକଟରେ ଏନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣା ପଡିଛି କି ପିଲାମାନଙ୍କୁ ଖାଦ୍ୟାଭ୍ୟାସ ଛୁଆରୁ ଯେତିକି ସୁସ୍ଥ ରହିବ ବଡ ହେଲେ ସେମାନଙ୍କ ଦେହରେ ହୃଦରୋଗର ଆଶଙ୍କା ସେତିକି କମ ରହିବ । ଏଥିପାଇଁ ଅଭିଭାବକ ଓ କେୟାରଟେକରମାନଙ୍କୁ ବିଶେଷ ଧ୍ୟାନ ଦେବାକୁ ହେବ ।

ପିଲାମାନଙ୍କୁ ଖାଇବା ପାଇଁ ସବୁବେଳେ ବାଧ୍ୟ କରାନ୍ତୁ ନାହିଁ । ମ୍ୟାନର ନାଁରେ ପିଲାଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ଖାଇବାରେ ବାରଣ କରନ୍ତୁ ନାହିଁ । ଏହା ବଦଳରେ ପିଲାମାନଙ୍କୁ ନିଜ ଖାଦ୍ୟ ନିଜେ ବାଛିବା ଶିଖାନ୍ତୁ । ପିଲାମାନଙ୍କୁ ସେମାନଙ୍କୁ ଖାଦ୍ୟକୁ ଭଲପାଇବା ଶିଖାନ୍ତୁ । ଖାଇବା ପାଇଁ ପିଲାମାନେ ଯେପରି ପର୍ଯ୍ୟାପ୍ତ ସମୟ ପାଇବେ ତାହା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ବାରମ୍ବାର ପିଲାଙ୍କୁ ବାଧ୍ୟବାଧକତାରେ ଖାଇବାକୁ କୁହନ୍ତୁ ନାହିଁ । ତେବେ ପିଲାମାନେ କିପରି ଭଲ ଖାଦ୍ୟ ଚୟନ କରିବେ ସେଥିପାଇଁ ସେମାନଙ୍କ ସାମ୍ନାରେ କିଛି ହେଲଦି ଖାଦ୍ୟର ଅପ୍ସନ ରଖନ୍ତୁ । ଏଥିପାଇଁ ହୁଏତ ଆପଣଙ୍କୁ ମଧ୍ୟ ନିଜ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ କରିବାକୁ ପଡିପାରେ ।

ପିଲାମାନେ ବଡଙ୍କ କଥା ଅପେକ୍ଷା ସେମାନଙ୍କ ବ୍ୟବହାର ଓ କାର୍ଯ୍ୟକଳାପରୁ ବେଶି ଶିଖିଥାଆନ୍ତି । ତେଣୁ ଆପଣଙ୍କ ପରିବେଶରେ କିପରି ଖାଦ୍ୟକୁ ସମ୍ମାନ ଦିଆଯିବ ତାହାର ବ୍ୟବସ୍ଥା କରନ୍ତୁ । ଏଥିସହ ପିଲାମାନେ କିପରି ସମୟରେ ଓ ଭଲ ଖାଦ୍ୟ ଖାଇବେ ସେନେଇ ଚିନ୍ତା କରନ୍ତୁ ।

@IANS

ABOUT THE AUTHOR

...view details