ଓଡିଶା

odisha

By

Published : Apr 27, 2020, 12:19 AM IST

ETV Bharat / bharat

କୋଭିଡ-19 ଟେଷ୍ଟିଂ କିଟ୍ ଶୀଘ୍ର ଉପଲବ୍ଧ କରିବା ନେଇ କମ୍ପାନୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀ ହାଇକୋର୍ଟ ରବିବାର କମ୍ ମୂଲ୍ୟର କୋଭିଡ୍ -19 ପରୀକ୍ଷା କିଟ୍ ଉପଲବ୍ଧ ହେବାର ଆବଶ୍ୟକତା ପ୍ରକାଶ କରିଛନ୍ତି । ଏହାସହ ଦେଶର କିଛି କମ୍ପାନୀଙ୍କୁ ଶୀଘ୍ର ଟେଷ୍ଟିଂ କିଟ ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Delhi High Court tells company
କୋଭିଡ-19 ଟେଷ୍ଟିଂ କିଟ୍ ଶୀଘ୍ର ଉପଲବ୍ଧ କରିବା ନେଇ କମ୍ପାନୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାରା ଦେଶ ଏବେ କୋରୋନା ବିରୋଧୀ ଲଢେଇ ଜାରି ରଖିଛି । ଏପରିସ୍ଥଳେ ମହାମାରୀ କୋରୋନା ଠାରୁ ବିଜୟ ଲାଭ ପାଇଁ ସଚେତନତା ସହ ଅଧିକା ସଂଖ୍ୟାରେ ଟେଷ୍ଟର ଆବଶ୍ୟକତା ରହିଛି । ଏପରିସ୍ଥଳେ ଦିଲ୍ଲୀ ହାଇକୋର୍ଟ ରବିବାର କମ୍ ମୂଲ୍ୟର କୋଭିଡ୍ -19 ପରୀକ୍ଷା କିଟ୍ ଉପଲବ୍ଧ ହେବାର ଆବଶ୍ୟକତା ପ୍ରକାଶ କରିଛନ୍ତି । ଏହାସହ ଦେଶର କିଛି କମ୍ପାନୀଙ୍କୁ ଶୀଘ୍ର ଟେଷ୍ଟିଂ କିଟ ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟ କହିଛନ୍ତି ଯେ ଦେଶ ଅଦୃଶ୍ୟ ଭାଇରସ ଓ ଚିକିତ୍ସା ପରିସ୍ଥିତି ଦେଇ ଗତି କରୁଛି ଏବଂ ନାଗରିକଙ୍କ ସ୍ବାସ୍ଥ୍ୟ ସୁରକ୍ଷିତ ହେବା ଆବଶ୍ୟକ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) କୁ କିଟ୍ ପିଛା 400 ଟଙ୍କା ମୂଲ୍ୟରେ ଉପଲବ୍ଧ କରାଇବା ପାଇଁ ଚୀନ୍ ଠାରୁ 10 ଲକ୍ଷ କୋରୋନା ଭାଇରସ୍ ଟେଷ୍ଟିଂ କିଟ୍ ଆମଦାନୀ କରୁଥିବା କମ୍ପାନୀକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଏଭଳି ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ବାଟ ଫିଟିବ ।

ରେୟାର ମେଟାବୋଲିକ୍ସ ଲାଇଫ ସାଇନ୍ସ ପ୍ରାଇଭେଟ ଲିମିଟେଡ ଏବଂ ଆର୍କ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ଦାଖଲ ହୋଇଥିବା ପିଟିସନର ଶୁଣାଣି ସମୟରେ କୋର୍ଟଙ୍କ ଏହି ନିର୍ଦ୍ଦେଶ ଆସିଛି। ଏହି ଦୁଇଟି କମ୍ପାନୀ ମ୍ୟାଟ୍ରିକ୍ସ ଲ୍ୟାବ ସହିତ ଏକ ଚୁକ୍ତି କରିଛନ୍ତି ଯାହା ଭାରତରେ ପରୀକ୍ଷଣ କିଟ୍ ଆମଦାନୀ କରୁଛି । 7.29 ଲକ୍ଷ କୋଭିଡ -19 ଟେଷ୍ଟ କିଟ୍ ପ୍ରଦାନ କରିବାକୁ ମ୍ୟାଟ୍ରିକ୍ସ ଲ୍ୟାବକୁ ନିର୍ଦ୍ଦେଶ ଦେବାକୁ କମ୍ପାନୀଗୁଡିକ ଦିଲ୍ଲୀ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ ।

ABOUT THE AUTHOR

...view details