ସିମଲା: ମକର ସଂକ୍ରାନ୍ତି ଅବସରରେ ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାର କରସୋଗସ୍ଥିତ ପ୍ରସିଦ୍ଧ ତୀର୍ଥସ୍ଥାନ ତତ୍ତାପନୀରେ ଆୟୋଜନ କରାଯାଇଥିଲା ଖେଚୁଡି ଭୋଗ । 1100 କିଲୋଗ୍ରାମର ଖେଚୁଡି ଏକ ବିଶାଳ ହଣ୍ଡାରେ ପ୍ରସ୍ତୁତ କରି ପର୍ଯ୍ୟଟନ ବିଭାଗ ବିଶ୍ବ ରେକର୍ଡ କରିବାକୁ ଯାଉଛି । ଶୁଦ୍ଧ ଘିଅରେ ପ୍ରସ୍ତୁତ ଏହି ଖେଚୁଡି ଭୋଗ ହଜାର ହଜାର ଭକ୍ତଙ୍କୁ ବଣ୍ଟାଯିବ । ଏହି ବିଶାଳ ଆୟୋଜନରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିବେ ।
ମକର ସଂକ୍ରାନ୍ତି: 1100 କିଲୋ ଖେଚୁଡି ଭୋଗ ପ୍ରସ୍ତୁତ କରି ରେକର୍ଡ - 1100 କିଲୋ ଖେଚୁଡୀ ଭୋଗ ପ୍ରସ୍ତୁତ କରି ରେକର୍ଡ
ମକର ସଂକ୍ରାନ୍ତି ଅବସରରେ ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାର କରସୋଗସ୍ଥିତ ପ୍ରସିଦ୍ଧ ତୀର୍ଥସ୍ଥାନ ତତ୍ତାପନୀରେ 1100 କିଲୋଗ୍ରାମର ଖେଚୁଡି ଏକ ବିଶାଳ ହଣ୍ଡାରେ ପ୍ରସ୍ତୁତ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
8 ଫୁଟ ହଣ୍ଡାରେ 1100 କିଲୋ ଖେଚୁଡୀ ଭୋଗ ପ୍ରସ୍ତୁତ କରି ରେକର୍ଡ
ଏହି ଖେଚୁଡି ଭୋଗର ଆୟୋଜନ ହିମାଚଳ ପ୍ରଦେଶର ପର୍ଯ୍ୟଟନ ବିଭାଗ ଦ୍ବାରା କରାଯାଇଛି । ଏହି ଖେଚୁଡିର ବିଷେଶତ୍ତ୍ବ ହେଲା 1100 କିଲୋ ଖେଚୁଡି ଗୋଟେ ହିଁ ପାତ୍ରରେ ପ୍ରସ୍ତୁତ କରାଯାଇଛି । ଏହି ହଣ୍ଡାର ଉଚ୍ଚତା 4 ଫୁଟ ଥିବା ବେଳେ ଚଉଡା ସାଢେ ସାତ ଫୁଟ ରହିଛି । ଏହାକୁ ରୋଷେଇ କରିବା ପାଇଁ ଇଟା ଭାଟିର ଏକ ବଡ଼ ଚୂଲା ତିଆରି କରାଯାଇଛି । ଖେଚୁଡୀକୁ 14 ଜଣ କାରିଗର ପ୍ରସ୍ତୁତ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ତତ୍ତାପନୀ ଜନତାଙ୍କୁ 18.50 କୋଟି ଉଠା ଜଳସେଚନ ଯୋଜନା ଦିଆଯିବାର ଘଷୋଣା କରାଯିବ ।
TAGGED:
ମକର ସଂକ୍ରାନ୍ତି