ଓଡିଶା

odisha

ETV Bharat / bharat

ଭାରତ-ଚୀନ ମଧ୍ୟରେ ମେଜର ଜେନେରାଲ ସ୍ତରୀୟ ଆଲୋଚନା - india china standoff

ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ଉପୁଜିଥିବା ସଂଘର୍ଷର ସମାଧାନ ପାଇଁ ଭାରତ ଏବଂ ଚୀନ ମଧ୍ୟରେ ଗୁରୁବାର ମେଜର ଜେନେରାଲସ୍ତରୀୟ ଆଲୋଚନା ହୋଇଛି ।

major-general-level-talks-to-be-held-between-india-china
ଭାରତ-ଚୀନ

By

Published : Jun 18, 2020, 12:18 PM IST

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ଉପୁଜିଥିବା ସଂଘର୍ଷର ସମାଧାନ ପାଇଁ ଭାରତ ଏବଂ ଚୀନ ମଧ୍ୟରେ ଗୁରୁବାର ମେଜର ଜେନେରାଲ ସ୍ତରୀୟ ଆଲୋଚନା ହୋଇଛି । ଏହି ଆଲୋଚନା ଗୁରୁବାର ସକାଳ 10.30 ମିନିଟ ସମୟରେ ହୋଇଥିବା ସେନା ସୂତ୍ରରୁ ପ୍ରକାଶ ପାଇଛି ।

ଏହା ପୂର୍ବରୁ ବୁଧବାର ଲଦାଖରେ ଭାରତ ଏବଂ ଚୀନର ପ୍ରମୁଖ ଜେନେରାଲଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । କିନ୍ତୁ ଏହି ଆଲୋଚନାର କୌଣସି ଫଳାଫଳ ବାହାରିନଥିଲା ।

ତେବେ ବୁଧବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ ବୈଦେଶିକମନ୍ତ୍ରୀ ୱାଂ ୟୀଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ । ଚୀନର ଯୋଜନାବଦ୍ଧ କାର୍ଯ୍ୟ ଯୋଗୁଁ ଏହି ସଂଘର୍ଷ ଘଟିଥିଲା ବୋଲି ୱାଂ ୟୀଙ୍କୁ କହିଥିଲେ ଜୟଶଙ୍କର ।

ତେବେ ଭାରତ ମେ 2020 ପୂର୍ବରୁ ପ୍ରକୃତ ନିୟନ୍ତ୍ରଣ ରେଖାରେ ପୂର୍ବ ଭଳି ସ୍ଥିତି ବଜାୟ ରଖିବାକୁ ଚାହୁଁଥିଲା । ଯେତେବେଳେ ଚୀନ ପକ୍ଷରୁ ପ୍ରଥମେ ସୀମା ପାର କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଭାରତ-ଚୀନ ସୀମାରେ ଗଲୱାନ ଘାଟିରେ ଥିବା ପଏଣ୍ଟ 14କୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନରୁ ଉତ୍ତେଜନା ଲାଗି ରହିଛି । ଇତି ମଧ୍ୟରେ ଜୁନ୍ 15 ଓ 16 ବିଳମ୍ବିତ ରାତିରେ ଲଦାଖର ଗାଲୱାନ୍ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ​​ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ ।

ABOUT THE AUTHOR

...view details