ମୁମ୍ବାଇ: ନିର୍ମାଣଧିନ କୋଠାରେ ଲାଗିଲା ନିଆଁ । ଥାନେର ନୂଆପଡାରେ ଏକ ନିର୍ମାଣଧିନ ବହୁତଳ କୋଠା ଛାତରେ ଘଟିଛ ଅଗ୍ନିକାଣ୍ଡ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମୀ ପହଞ୍ଚି ନିଆକୁ ଆୟତ କରିଛନ୍ତି ।
ସୂଚନା ମୁତାବକ ନୁଆପଡାର ଟ୍ରୋପିକାଲ ୟୁନିଟ (G+22) ନିର୍ମାଣଧିନ ବିଲ୍ଡିଂର ଛାତରେ ହଠାତ୍ ନିଆଁ ଲାଗିଯାଇଥିଲା । ଖବର ପାଇ ନୂଆପଡା ପୋଲିସ, ଆରଡିଏମସି, ଟ୍ରାଫିକ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ।