ଓଡିଶା

odisha

ETV Bharat / bharat

ପିତାଙ୍କଠୁ ଉତ୍ତରାଧିକାର ଭାବେ ହକିର କଳା ପାଇଥିଲେ ମେଜର ଧ୍ୟାନଚନ୍ଦ - ଜାତୀୟ କ୍ରୀଡା ଦିବସ

ଭାରତୀୟ କ୍ରୀଡା ଜଗତରେ ଏକ ଲୋକପ୍ରିୟ ନାଁ ଧ୍ୟାନଚନ୍ଦ । ଏମିତି କେଉଁ ପିଢି ନାହିଁ ଯିଏ ଏହି ନାଁ ସହିତ ଅବଗତ ନଥିବ। ଜାତୀୟ କ୍ରୀଡା ହକିର ସେ ଥିଲେ ଜଣେ ଯାଦୁଗର । ତମାମ କ୍ରୀଡାପ୍ରେମୀଙ୍କ ପାଇଁ ସେ ଥିଲେ ପ୍ରେରଣା ।

major dhyanchand, unknown fact, unknown fact on major dhyanchand, national sports day, the magician of hockey, ମେଜର ଧ୍ୟାନଚନ୍ଦ, ଅଜଣା କଥା, ମେଜର ଧ୍ୟାନଚନ୍ଦଙ୍କ ଅଜଣା କଥା, ଜାତୀୟ କ୍ରୀଡା ଦିବସ, ହକି ଯାଦୁଗର
ପିତାଙ୍କଠାରୁ ଉତ୍ତରାଧିକାର ଭାବେ ହକିର କଳା ପାଇଥିଲେ ମେଜର ଧ୍ୟାନଚନ୍ଦ

By

Published : Aug 29, 2020, 11:03 AM IST

ଭାରତୀୟ କ୍ରୀଡା ଜଗତରେ ଏକ ଲୋକପ୍ରିୟ ନାଁ ଧ୍ୟାନଚନ୍ଦ । ଏମିତି କେଉଁ ପିଢି ନାହିଁ ଯିଏ ଏହି ନାଁ ସହିତ ଅବଗତ ନଥିବ । ଜାତୀୟ କ୍ରୀଡା ହକିର ସେ ଥିଲେ ଜଣେ ଯାଦୁଗର । ତମାମ କ୍ରୀଡାପ୍ରେମୀଙ୍କ ପାଇଁ ସେ ଥିଲେ ପ୍ରେରଣା । 1905 ମସିହା, ଆଜିର ଦିନ ଅର୍ଥାତ୍‌ ଅଗଷ୍ଟ 29ରେ ଜନ୍ମ ଗ୍ରହଣ କରିଥିଲେ ଏହି ହକିର ଯାଦୁଗର ମେଜର ଧ୍ୟାନଚନ୍ଦ । ଭାରତୀୟ ହକି ଟିମରେ ରହି ସେ ଦେଶ ପାଇଁ 1928, 1932 ଓ 1936 ଅଲମ୍ପିକରେ ଆଣିଥିଲେ ସ୍ବର୍ଣ୍ଣ ପଦକ । ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ସେ କେବଳ ଭାରତ ନୁହେଁ ଜାତୀୟ ହକି ଜଗତରେ ପ୍ରତିଷ୍ଠା କରିପାରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ ।

ମେଜର ଧ୍ୟାନଚନ୍ଦଙ୍କ ସ୍ମୃତିରେ ତାଙ୍କ ଜନ୍ମ ତିଥିକୁ ଜାତୀୟ କ୍ରୀଡା ଦିବସ ଆକାରରେ ପାଳନ କରିବା ପାଇଁ ଭାରତୀୟ ସରକାର ନିଷ୍ପତ୍ତି ନେଇଥିଲେ । ଯାହା 2012 ମସିହାରୁ ପାଳନ ହୋଇ ଆସୁଛି । ପ୍ରତିବର୍ଷ ଏହି ଦିନ ରାଷ୍ଟ୍ରପତି ମନୋନୀତ ହୋଇଥିବା କ୍ରୀଡାବିତ୍‌ଙ୍କୁ ଜାତୀୟ କ୍ରୀଡା ପୁରସ୍କାରରେ ସମ୍ମାନୀତ କରିଥାଆନ୍ତି । ତେବେ ଭାରତରେ କ୍ରୀଡା ଜଗତର ସବୁଠାରୁ ସମ୍ମାନଜନକ ତଥା ସର୍ବୋଚ୍ଚ ପୁରସ୍କାର ହେଉଛି ଧ୍ୟାନଚନ୍ଦ ପୁରସ୍କାର ।

ଚଳିତବର୍ଷ ହକିର ଏହି ଯାଦୁଗରଙ୍କ 115ତମ ଜୟନ୍ତୀରେ ଜାଣନ୍ତୁ ତାଙ୍କୁ ନେଇ କିଛି ଅଜଣା କଥା:

  • 1905 ମସିହା ଅଗଷ୍ଟ 29ରେ ଆହ୍ଲାବାଦରେ ଜନ୍ମ ଗ୍ରହଣ କରିଥିଲେ ମେଜର ଧ୍ୟାନଚନ୍ଦ । ତାଙ୍କ ପିତା ତତ୍‌କାଳର ବ୍ରିଟିଶ ଇଣ୍ଡିଆନ ଆର୍ମିରେ କାର୍ଯ୍ୟରତ ଥିଲେ । ସେ ମଧ୍ୟ ଆର୍ମି ପାଇଁ ହକି ଖେଳୁଥିଲେ ।
  • ମାତ୍ର 16 ବର୍ଷ ବୟସରେ ସିପାହୀ ଭାବେ ଧ୍ୟାନଚନ୍ଦ ଭାରତୀୟ ସେନାରେ ସାମିଲ ହୋଇଥିଲେ । ଏହି ସମୟରେ ସେ ପ୍ରଥମେ ହକି ଖେଳ ଆରମ୍ଭ କରିଥିଲେ ।
  • 1922ରୁ 1926 ମଧ୍ୟରେ ସେ ଭାରତୀୟ ସେନାରେ ରହି ବିଭିନ୍ନ ହକି ମ୍ୟାଚ ଖେଳିଥିଲେ । ତେବେ 51 ବର୍ଷ ବୟସରେ 1956 ମସିହାରେ ସେ ସେନାର ଅବସର ଗ୍ରହଣ କରିଥିଲେ । ଅବସର ସମୟରେ ସେ ମେଜର ରାଙ୍କରେ କାର୍ଯ୍ୟରତ ଥିଲେ ।
  • 1928 ଅଲିମ୍ପିକରେ ଆରମ୍ଭ ହୋଇଥିବା ଭାରତୀୟ ଜାତୀୟ ହକି ଦଳର ସଫଳତାର ଯାତ୍ରା । ଏହି ବର୍ଷ ଆୟୋଜିତ ଆମଷ୍ଟରଡାମ ଅଲିମ୍ପିକରେ ଭାରତୀୟ ଦଳ 6-0 ଗୋଲରେ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ମାତ ଦେଇଥିବା ବେଳେ ଧ୍ୟାନଚନ୍ଦ ଏକାକୀ 3ଟି ଗୋଲ ସ୍କୋର କରିଥିଲେ ।
  • ଏହା ବ୍ୟତୀତ 1928 ଆମଷ୍ଟରଡାମ ଅଲିମ୍ପିକରେ ସେ ସର୍ବାଧିକ 14ଟି ଗୋଲ ସ୍କୋର କରି ରେକର୍ଡ ସୃଷ୍ଟି କରିଥିଲେ ।
  • ପରେ ପରେ ଲସ ଏଞ୍ଜେଲସ ଅଲିମ୍ପିକରେ ଧ୍ୟାନଚନ୍ଦ ଭାଇ ରୂପଙ୍କ ସହ ମିଶି ଭାରତ ଦ୍ବାରା ସ୍କୋର ହୋଇଥିବା 35 ମଧ୍ୟରୁ 25ଟି ଗୋଲ ସ୍କୋର କରିଥିଲେ ।
  • ସମାନ ଭାବେ ବର୍ଲିନ ଅଲିମ୍ପିକ୍ସର ଫାଇନାଲରେ ମଧ୍ୟ ଧ୍ୟାନଚନ୍ଦଙ୍କ 3ଟି ଗୋଲ ବଳରେ ଭାରତ ଜର୍ମାନୀକୁ ମାତ ଦେବାରେ ସଫଳ ହୋଇଥିଲା ।
  • 1952 ମସିହାରେ ମାଡ୍ରାସ ସ୍ଥିତ ସ୍ପୋର୍ଟ୍ସ ଓ ପାସଟାଇମ ଦ୍ବାରା ପ୍ରକାଶିତ ହୋଇଥିଲା ଧ୍ୟାନଚନ୍ଦଙ୍କ ଅଟୋବାୟୋଗ୍ରାଫି ‘ଗୋଲ!’ ।
  • ଲିଭର କ୍ୟାନ୍ସରରେ ପୀଡିତ ହୋଇ 1979 ମସିହା ଡିସେମ୍ବର 3 ତାରିଖରେ ଆଖି ବୁଜିଥିଲେ ହକିର ଯାଦୁଗର ଧ୍ୟାନଚନ୍ଦ । ଏହାପରେ 2002 ମସିହାରେ ଭାରତ ସରକାର ତାଙ୍କ ସ୍ମୃତିରେ ରାଜଧାନୀ ଦିଲ୍ଲୀସ୍ଥିତ ଜାତୀୟ ଷ୍ଟାଡିୟମକୁ ଧ୍ୟାନଚନ୍ଦ ଜାତୀୟ ଷ୍ଟାଡିୟମ ଭାବେ ପୁନଃ ନାମକରଣ କରିଥିଲେ ।
  • କେବଳ ସେତିକି ନୁହେଁ, ଧ୍ୟାନଚନ୍ଦଙ୍କ ହକି ଷ୍ଟିକରେ ଯାଦୁ ଏତେ ଚମତ୍କାର ଥିଲା କି ଏଥିରେ ଆକୃଷ୍ଟ ହୋଇ ବ୍ରିଟିଶ ସରକାର ଲଣ୍ଡନରେ ଏକ ଆଷ୍ଟ୍ରୋଟର୍ଫ ହକି ପିଚକୁ ତାଙ୍କ ନାମରେ ନାମିତ କରିଥିଲେ ।

ABOUT THE AUTHOR

...view details