ମୁମ୍ବାଇ: ମହାରାଷ୍ଟ୍ରର ଔରଙ୍ଗାବାଦରେ ରେଳ ଦୁର୍ଘଟଣା ପରେ ବି ପ୍ରବାସୀ ରେଳ ଧାରଣାରେ ଘରକୁ ଯିବା ପ୍ରକ୍ରିୟା ବନ୍ଦ ହେଇନି । କ୍ରମାଗତ ଭାବରେ ପ୍ରବାସୀ ଶ୍ରମିକମାନେ ମହାରାଷ୍ଟ୍ରରୁ ରେଳ ଟ୍ରାକ୍ ମାଧ୍ୟମରେ ନିଜ ଗାଁ ଆଡକୁ ଆସୁଥିବା ଦେଖାଯାଉଛି କିନ୍ତୁ ସରକାର ସେମାନଙ୍କୁ ଅଟକାଇବାରେ ଅସମର୍ଥ ମନେ ହେଉଛି। ଔରଙ୍ଗାବାଦ ଦୁର୍ଘଟଣାକୁ ଲୋକ ଭୁଲି ନଥିବା ବେଳେ ପୁଣେରେ ଆଉ ଏକ ବଡ ଦୁର୍ଘଟଣାରୁ 20 ଶ୍ରମିକ ରକ୍ଷା ପାଇଛନ୍ତି ।
ଲୋକୋ ପାଇଲଟଙ୍କ ସତର୍କତା, ରେଳ ଦୁର୍ଘଟଣାରୁ ବର୍ତ୍ତିଲେ 20 ଶ୍ରମିକ - ଲୋକୋ ପାଇଲଟଙ୍କ ସତର୍କତା
ଔରଙ୍ଗାବାଦ ଦୁର୍ଘଟଣାକୁ ଲୋକ ଭୁଲି ନଥିବା ବେଳେ ପୁଣେରେ ଆଉ ଏକ ବଡ ଦୁର୍ଘଟଣାରୁ 20 ଶ୍ରମିକ ବର୍ତ୍ତିଛନ୍ତି । ଅଧିକ ପଢନ୍ତୁ...
![ଲୋକୋ ପାଇଲଟଙ୍କ ସତର୍କତା, ରେଳ ଦୁର୍ଘଟଣାରୁ ବର୍ତ୍ତିଲେ 20 ଶ୍ରମିକ pilot saved around 20 migrant](https://etvbharatimages.akamaized.net/etvbharat/prod-images/768-512-7135572-thumbnail-3x2-trainaccident.jpg)
ପ୍ରକାଶଥାଉକି, ପୁଣେ ନିକଟ ଉରାଲୀ ଓ ଲୋନି ଷ୍ଟେସନ ମଧ୍ୟରେ ଗତ ସନ୍ଧ୍ୟାରେ ରେଳ ଟ୍ରାକରେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଏକ ମାଲବାହୀ ଟ୍ରେନ୍ ତୀବ୍ର ବେଗରେ ଆସୁଥିବା ବେଳେ ଏହି ସମୟରେ ଟ୍ରେନର ଲୋକୋ ଡ୍ରାଇଭର ଟ୍ରାକରେ କିଛି ଲୋକ ବସିଥିବାର ଦେଖିବାକୁ ପାଇଲେ । ଲୋକୋ ପାଇଲଟ୍ ତୁରନ୍ତ ଟ୍ରେନର ହର୍ଣ୍ଣ ବଜାଇବା ଆରମ୍ଭ କଲେ ଏବଂ ସତର୍କତା ଅବଲମ୍ବନ କରିବା ପାଇଁ ସଙ୍ଗେ ସଙ୍ଗେ ଜରୁରୀକାଳୀନ ବ୍ରେକ୍ ଲଗାଇଲେ । ଫଳରେ ଟ୍ରାକରେ ଥିବା 20 ଜଣ ପ୍ରବାସୀଙ୍କ ଠାରୁ ଟ୍ରେନଟି ପ୍ରାୟ 100 ମିଟର ଦୂରରେ ଅଟକିଥିଲା। ଏହି ଟ୍ରେନ୍ ଡ୍ରାଇଭରଙ୍କ ସତର୍କତା ପ୍ରାୟ 20 ଜଣ ପ୍ରବାସୀଙ୍କ ଜୀବନ ରକ୍ଷା ହୋଇଥିଲା ।
ଏହି ଘଟଣାର ଖବର ତୁରନ୍ତ ନିକଟସ୍ଥ ପ୍ରଶାସନକୁ ଦିଆଗଲା । ପରେ ସେଠାରେ ବସିଥିବା ଶ୍ରମିକଙ୍କୁ ତୁରନ୍ତ ସ୍ଥାନାନ୍ତର କରାଗଲା । ଅନ୍ୟପକ୍ଷେ ରେଳ ପ୍ରଶାସନ ବାରମ୍ବାର ପ୍ରବାସୀଙ୍କ ଅପିଲ୍ କରୁଛି ରେଳ ଧାରଣାରେ ନ ଚାଲିବା ପାଇଁ ।