ଓଡିଶା

odisha

ETV Bharat / bharat

ଅକ୍ଟୋବର ୧ ରୁ ଡ୍ରାଇଭିଂ ଲାଇସେନ୍ସ ଓ ଇ-ଚାଲାଣ ପର୍ଯ୍ୟନ୍ତ ବଦଳିବ ନିୟମ - Maintenance of vehicle documents,

କେନ୍ଦ୍ର ସରକାର ଯାନବାହାନ ନିୟମ ୧୯୮୯ରେ ସଂଶୋଧନ କରିଛନ୍ତି । ଡ୍ରାଇଭିଂ ଲାଇସେନ୍ସ ଏବଂ ଇ-ଚାଲାଣ ସମେତ ଯାନବାହନ ଦଲିଲର ରକ୍ଷଣାବେକ୍ଷଣ ଅକ୍ଟୋବର 1, 2020 ଠାରୁ ସୂଚନା ପ୍ରଯୁକ୍ତିବିଦ୍ୟା ପୋର୍ଟାଲ ମାଧ୍ୟମରେ କରାଯିବ।

ଅକ୍ଟୋବର ୧ରୁ ଡ୍ରାଇଭିଂ ଲାଇସେନ୍ସ ଓ ଇ-ଚାଲାଣ ପର୍ଯ୍ୟନ୍ତ ବଦଳିବ ନିୟମ
ଅକ୍ଟୋବର ୧ରୁ ଡ୍ରାଇଭିଂ ଲାଇସେନ୍ସ ଓ ଇ-ଚାଲାଣ ପର୍ଯ୍ୟନ୍ତ ବଦଳିବ ନିୟମ

By

Published : Sep 27, 2020, 4:16 PM IST

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ଏବଂ ଇ-ଚାଲାଣ ସମେତ ଯାନବାହନ ଦଲିଲର ରକ୍ଷଣାବେକ୍ଷଣ ଅକ୍ଟୋବର 1, 2020 ଠାରୁ ସୂଚନା ପ୍ରଯୁକ୍ତିବିଦ୍ୟା ପୋର୍ଟାଲ ମାଧ୍ୟମରେ କରାଯିବ। ତେବେ କାର ଅଥବା ବାଇକ ଚଳାଇବା ସମୟରେ ମିଛ କାଗଜପତ୍ର ଦେଖାଇ ଟ୍ରାଫିକ ପୋଲିସ ଠାରୁ ଖସିଯାଉଥିବା ଠକଙ୍କୁ ଧରିବାକୁ ଏହି ନିୟମ ଲାଗୁ କରାଯାଇଛି। ଯାହାଫଳରେ ଆଗାମୀ ଦିନରେ ଏମିତି ହୋଇପାରିବ ନାହିଁ । କାରଣ ଟ୍ରାଫିକ ପୋଲିସ ପାଖରେ ସବୁ ଡକ୍ୟୁମେଣ୍ଟ ରହିବ ।

କେନ୍ଦ୍ର ସରକାର ଯାନବାହାନ ନିୟମ ୧୯୮୯ରେ ସଂଶୋଧନ କରିଛନ୍ତି । ସରକାର ଶନିବାର କହିଛନ୍ତି, ଏକ ସୂଚନା ପ୍ରଦ୍ୟୋଗିକ ପୋର୍ଟାଲ ୨୦୨୦ ଅକ୍ଟୋବର ୧ରୁ ଡ୍ରାଇଭିଂ ଲାଇସେନ୍ସ ଓ ଇ-ଚାଲାଣ ସହିତ ବାହାନ ସଂପର୍କିତ କାଗଜପତ୍ର ରକ୍ଷଣାବେକ୍ଷଣ କରିବ ।

ଯାନବାହନର କାଗଜପତ୍ରର ନିରୀକ୍ଷଣ ସମୟରେ ଇଲେକ୍ଟ୍ରୋନିକ ମାଧ୍ୟମରେ ଆଇନ ସମ୍ମତ ମିଳିବା ପରେ ଭୌତିକ ରୂପରେ ଗାଡ଼ି ଚାଳକଙ୍କୁ କାଗଜପତ୍ର ଦେଖାଇବାକୁ କୁହାଯିବ ନାହିଁ । ଏହା ଦ୍ବାରା ଲାଇସେନ୍ସ କର୍ତ୍ତୃପକ୍ଷଙ୍କ ଅଯୋଗ୍ୟ କିମ୍ବା ଡ୍ରାଇଭିଂ ଲାଇସେନ୍ସର ବିବରଣୀ ପୋର୍ଟାଲରେ ରେକର୍ଡ ହୋଇ ଅପଡେଟ୍ ହେବ ବୋଲି କୁହାଯାଇଛି।

ଆଇଟି ସେବା ଏବଂ ଇଲେକ୍ଟ୍ରୋନିକ୍ ମନିଟରିଂର ବ୍ୟବହାର ଦେଶରେ ଟ୍ରାଫିକ୍ ନିୟମକୁ ଉତ୍ତମ ରୂପେ କାର୍ଯ୍ୟକାରୀ କରିବ ଏବଂ ଡ୍ରାଇଭରଙ୍କ ଅସୁବିଧା ହଟାଇବ ଏବଂ ନାଗରିକମାନଙ୍କୁ ଏହା ସହଜ କରିବ ବୋଲି ଏଥିରେ କୁହାଯାଇଛି। ମୋଟର ଯାନ (ସଂଶୋଧନ) ଅଧିନିୟମ 2019 ପାରିତ ହେବା ପରେ ଏବଂ ଏହା 9 ଅଗଷ୍ଟ 2019 ରେ ପ୍ରକାଶିତ ହେବା ପରେ ଏହା ଆବଶ୍ୟକ ବୋଲି ସରକାର କହିଛନ୍ତି।

ABOUT THE AUTHOR

...view details