ହାଇଦ୍ରାବାଦ: ଲକଡାଉନ ଯୋଗୁଁ ସମସ୍ତେ ଘରେ ବନ୍ଦୀ । ଏପରି ସ୍ଥିତିରେ ଅନେକ ଲୋକ ବିଭିନ୍ନ ଜାଗାରେ ଫସିଛନ୍ତି । କିଛି ଲୋକ ଘରଠାରୁ ଦୂରରେ ଥିବାବେଳେ କିଛି ଘରେ ଏକା ଫସିଛନ୍ତି । ତେବେ ଏପରି ସମୟରେ ଲଙ୍ଗ ଡିଷ୍ଟାନ୍ସ ରିଲେସନସିପ ବଜାୟ ରଖିବା ଗୁରୁତ୍ବପୂର୍ଣ୍ଣ କଥା । ସେ ସାଙ୍ଗ ହେଉ ଅବା ପ୍ରେମିକା କିମ୍ବା ପ୍ରେମିକ, ଏହି ସମୟରେ ଦୂରରେ ଥିବା ପାର୍ଟନରଙ୍କ କଥା ନିଶ୍ଚୟ ମନେ ପଡେ ।
ଆଉ ଏହି ସମୟରେ ଏକମାତ୍ର ମାଧ୍ୟମ ତାହା ହେଉଛି ଭିଡିଓ କଲ । ଏହାଦ୍ବାରା ସମସ୍ତେ ପରସ୍ପର ସହ ସମ୍ପର୍କ ଯୋଡିରଖିଛନ୍ତି । ତଥାପି ମନରେ କିଛି ଆଶଙ୍କା ଥାଏ ପାର୍ଟନର କଣ କରୁଛନ୍ତି କିପରି ଅଛନ୍ତି । ଏପରିକି ବେଶୀ ଦିନ ଲଙ୍ଗ ଡିଷ୍ଟାନ୍ସରେ ରହିଲେ ସମ୍ପର୍କ ଭାଙ୍ଗିବାର ଡର ରହିଥାଏ । ତେବେ ଏହାକୁ ବଜାୟ ରଖିବା ପାଇଁ ଆମେ ଆପଣଙ୍କୁ କିଛି ଟିପ୍ସ ବତାଇବୁ । ଭିଡିଓ କଲରେ କଥା ହେବା ବେଳେ ଆପଣଙ୍କ ପାର୍ଟନରଙ୍କୁ ତାଙ୍କ ମହତ୍ତ୍ବ ବିଷୟରେ ଜଣାନ୍ତୁ । ଆପଣଙ୍କ ମନରେ କେବଳ ତାଙ୍କ କଥା ଚାଲିଛି । ଆପଣଙ୍କ ମନରେ ସେ ଏକ ଆଲରାମ ପରି ଅଛନ୍ତି ଏହା ତାଙ୍କୁ ଜଣାନ୍ତୁ । ସବୁବେଳେ ବାସ ସେ ହିଁ ମନେ ପଡୁଛନ୍ତି । ଏହାଦ୍ବାରା ସେ ଇମୋସନାଲ ଭାବେ ଆପଣଙ୍କ ସହ ଯୋଡି ରହିବେ ।
ପାର୍ଟନରଙ୍କ ସହ କିଛି ପୁରୁଣା ସ୍ମୃତି ତାଜା କରନ୍ତୁ । ପୂର୍ବରୁ ଯେପରି ଏକାଠି ଫିଲ୍ମ ଦେଖୁଥିଲେ, କାମ କରୁଥିଲେ, ଗୀତ ଶୁଣୁଥିଲେ ସେପରି କିଛି କାମ କରନ୍ତୁ । ସବୁଠୁ ଭଲ ହେବ ଯଦି ଆପଣ ସାଥୀଙ୍କ ସହ କିଛି ମଜାଦାର ସମୟ କଟାଇବେ । ପରସ୍ପରକୁ ଥଟ୍ଟା କରନ୍ତୁ । ପୁରୁଣା କଥା ମନେପକାନ୍ତୁ । ତାଙ୍କର କିଛି ଅଭ୍ୟାସ ନେଇ ତାଙ୍କୁ ଚିଡାନ୍ତୁ । ଏହା ତାଙ୍କୁ ନିଶ୍ଚିତ କରିବ ଯେ ଆପଣ ଏହି ସମୟ ଭିତରେ ବଦଳିଯାଇନାହାନ୍ତି । ତାଙ୍କ ସହ କଥା ହେବା ସମୟରେ ପୁରା ଧ୍ୟାନ ଦିଅନ୍ତୁ । ଏତେ ଦୂରରେ ରହି ଜଣେ ଯଦି ବ୍ୟସ୍ତ ଭିତରୁ ସମୟ ବାହାର କରି କଥା ହେଉଛି ତେବେ ତାହାକୁ ପ୍ରଶଂସା କରନ୍ତୁ । ସେ ସମୟରେ କହନ୍ତୁ ନାହିଁ ଯେ ପଛରେ କଲ କରୁଛି, ଟିକେ ଛାଡି କି ଫୋନ କରୁଛି । ଏପରିକି ଶିଘ୍ର ଶିଘ୍ର ଫୋନ କାଟିଦେବାର ପ୍ରୟାସ ମଧ୍ୟ କରନ୍ତୁ ନାହିଁ । ଏହା ତାଙ୍କୁ ବାଧିପାରେ ଏବଂ ସମ୍ପର୍କରେ ଅଯଥା ଫାଟ ସୃଷ୍ଟି କରିବ ।
କଥା ହେବାର ଏକ ସମୟ ସ୍ଥିର କରିଦିଅନ୍ତୁ । ଏହି ସମୟରେ ସବୁଦିନ କଥା ହେବାକୁ ଚେଷ୍ଟା କରନ୍ତୁ । 5 ମିନିଟ କିମ୍ବା 5 ଘଣ୍ଟା । ଆପଣଙ୍କ ଇଚ୍ଛାନୁସାରେ କଥା ହୁଅନ୍ତୁ । କିନ୍ତୁ କଥା ହେବା ନିଶ୍ଚିତ କରନ୍ତୁ । ନିଜ ବ୍ୟସ୍ତମୟ ଜୀବନରୁ ଏକ ସମୟ ପାର୍ଟନରଙ୍କ ପାଇଁ ରଖି ଦିଅନ୍ତୁ । ଦୂରତାକୁ କେବେ ସମ୍ପର୍କ ଭିତରେ ଆଣିବାକୁ ଦିଅନ୍ତୁ ନାହିଁ । ଦୂରରେ ଥାଇ ମଧ୍ୟ ପାଖରେ ଥିବା ଭଳି ବ୍ୟବହାର କରନ୍ତୁ । ସବୁବେଳେ ପାର୍ଟନରଙ୍କ ପ୍ରତିଟି ଛୋଟ ଛୋଟ ସମସ୍ୟା ଶୁଣି ତାହାର ସମାଧାନ ବତାନ୍ତୁ । ଦେଖିବେ ତାଙ୍କର ଆପଣଙ୍କ ଉପରେ ବିଶ୍ବାସ ଆସିବ ଏବଂ ସେ ବାରମ୍ବାର ଆପଣଙ୍କୁ ଫୋନ କରି ସମାଧାନ ମାଗିବେ ।