ଓଡିଶା

odisha

ETV Bharat / bharat

ସାରା ଦେଶର ଚୌକିଦାରଙ୍କୁ ସମ୍ବୋଧନ କରିବେ ଚୌକିଦାର ପ୍ରଧାନମନ୍ତ୍ରୀ - video

ଆଜି ସନ୍ଧ୍ୟା 5 ଟାରେ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜନ କରାଯିବ 'ମେଭି ଚୌକିଦାର କ୍ୟାମ୍ପେନ' । ଏହି କାର୍ଯ୍ୟକ୍ରମରେ ପାଖାପାଖି 5 ହଜାର ଲୋକଙ୍କ ସମାଗମ ହେବାର ଆଶା କରାଯାଉଛି।

ଫାଇଲ ଫଟୋ

By

Published : Mar 31, 2019, 2:36 PM IST

ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀଙ୍କ 'ମେଭି ଚୌକିଦାର କ୍ୟାମ୍ପେନ' । ଏହି ବିଶାଳ ଅଭିଯାନ ଆଜି ସନ୍ଧ୍ୟା 5 ଟାରେ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ପାଖାପାଖି 5 ହଜାର ଲୋକଙ୍କ ସମାଗମ ହେବାର ଆଶା କରାଯାଉଛି ।

ଏହି ମେଗା ଶୋ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ଚୌକିଦାର ଚୋର ହେ’କୁ ମୁହଁ ତୋଡ ଜବାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆରମ୍ଭ କରିଛନ୍ତି । ଏହାସହ ଦେଶର ୫୦୦ ରୁ ଅଧିକ ସ୍ଥାନରେ ଗୋଟିଏ ସମୟରେ ମେ ଭି ଚୌକିଦାର କ୍ୟାମ୍ପେନକୁ ସମର୍ଥନ କରୁଥିବା ଲୋକଙ୍କ ସହ ଭିଡିଓ ଜରିଆରେ ମୋଦି କଥା ହେବେ ।

ତେବେ ଏହି ଅଭିଯାନ ସମ୍ପର୍କରେ ଉତ୍ତର ରଖି ମୋଦି ଏକ ଟ୍ବିଟ କରି କହିଛନ୍ତି କି , "ଯେଉଁ ଦିନକୁ ଆମେ ଅପେକ୍ଷା କରିଥିଲୁ ତାହା ଉପସ୍ଥିତ । ଆଜି ସନ୍ଧ୍ୟା 5ଟାରେ ଲକ୍ଷ ଲକ୍ଷ ଚୌକିଦାର ଭାରତର ବିଭିନ୍ନ ପ୍ରାନ୍ତରୁ ଆସି ଏହି ଐତିହାସିକ ମୁହୂର୍ତ୍ତରେ ନିଜକୁ ଜଡିତ ରଖିବେ। ତେଣୁ ଏହି ଆଲୋଚନାକୁ କେହି ବାଦ ନପଡିବା ଭଲ। "

ନିଜର ଦାମ୍ଭିକତାକୁ ପ୍ରକାଶ କରିବାକୁ ଯାଇ ମୋଦି କହିଛନ୍ତି କି ଏକ ବିଂଶ ଶତାବ୍ଦୀରେ ଦେଶର ଶାସନ ଡୋରି ଯୁବପିଢୀଙ୍କ ହାତରେ। ସେମାନେ ହିଁ ଏହି ବିଶାଳ ଅଭିଯାନକୁ ସଫଳ ରୂପାୟନ ଦେବେ।

ସେହିପରି ପୂର୍ବରୁ ମାର୍ଚ୍ଚ 20 ତାରିଖରେ ମୋଦି ଦେଶସାରା ଥିବା 25 ଲକ୍ଷ ଚୌକିଦାରଙ୍କୁ ଅଡିଓ କନଫରେନ୍ସ ଜରିଆରେ ସମ୍ବୋଧନ କରିଥିଲେ। ତେବେ ଦିଲ୍ଲୀର ୭ ଟି ଲୋକସଭା କ୍ଷେତ୍ରରେ ମୋଦିଙ୍କୁ ଶୁଣିବା ପାଇଁ ବିଶେଷ କାର୍ଯ୍ୟକ୍ରମ କରାଯାଇଛି ।

ଏହି କନଫରେନ୍ସରେ ପାର୍ଟି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସମେତ ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସହ ପାର୍ଟିର ବିଭିନ୍ନ ବରିଷ୍ଠ ନେତା ଉପସ୍ଥିତ ରହିବେ।

ABOUT THE AUTHOR

...view details