ଓଡିଶା

odisha

ETV Bharat / bharat

ଘରକୁ ଫେରିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସେନା ତାଲିମ ନେବା ପରେ ଘରକୁ ଫେରିଛନ୍ତି । ଧୋନୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଭିଡ଼ ଲାଗିଥିବା ବେଳେ ତାଙ୍କର ସ୍ବାଗତ କରିଥିଲେ ପତ୍ନୀ ସାକ୍ଷୀ ସିଂ ଧୋନୀ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 20, 2019, 5:43 PM IST

ରାଞ୍ଚି: ଭାରତୀୟ କ୍ରିକେଟ ଦଳର ସବୁଠାରୁ ସଫଳତମ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀ ଦୀର୍ଘ ଦିନ ପରେ ନିଜ ଘରକୁ ଫେରିଛନ୍ତି । ତେବେ ତାଙ୍କୁ ଦେଖିବା ପାଇଁ ରାଞ୍ଚି ବିମାନବନ୍ଦରରେ ପ୍ରଶଂସକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କିଛି ସପ୍ତାହ ସୈନ୍ୟ ବାହିନୀରେ ତାଲିମ ନେଇ ଫେରିବା ପରେ ସେ କ୍ରିକେଟର କମ, ଅଧିକ ଯବାନଙ୍କ ଭଳି ଲାଗୁଥିଲେ । ଧୋନୀଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଥିବା ବିମାନ ବନ୍ଦରରେ । ସାମାନ୍ୟ ହାଲ୍କା ଦାଢୀ ଏବଂ ମୁଣ୍ଡରେ ଛୋଟ ଛୋଟ ବାଳ ରହିଥିଲା । ଏକ ତାଲିମପ୍ରାପ୍ତ ତଥା ଶୃଙ୍ଖଳିତ ଯବାନଙ୍କ ଭଳି ଲାଗୁଥିଲେ ଧୋନୀ ।

ଘରକୁ ଫେରିଲେ ଧୋନୀ

ତେବେ ଧୋନୀ ଯେତେବେଳେ ରାଞ୍ଚି ବିମାନବନ୍ଦରରେ ପହଞ୍ଚିଥିଲେ ସେତେବେଳେ ତାଙ୍କ ଚାରିପଟେ ପ୍ରସଂଶକଙ୍କ ଭିଡ ଜମି ଯାଇଥିଲା । ସେଲଫି ନେବା ପାଇଁ ପ୍ରଶଂସକମାନେ ପ୍ରୟାସ କରିଥିଲେ । ତେବେ ଧୋନି ମଧ୍ୟ କାହାରିକୁ ନିରାଶ କରିନଥିଲେ । ସେ ମଧ୍ୟ କିଛି ପ୍ରଶଂସକଙ୍କ ଇଚ୍ଛାକୁ ପୁରଣ କରିଥିଲେ । ଧୋନି ଯେତେବେଳେ ବିମାନବନ୍ଦର ବାହାରକୁ ବାହାରିଥିଲେ, ସେତେବେଳେ ପତ୍ନୀ ସାକ୍ଷୀ ଅପେକ୍ଷା କରି ରହିଥିଲେ । ଏକ ନୂଆ ଗାଡ଼ି ସହିତ ସାକ୍ଷୀ ଧୋନୀଙ୍କୁ ସ୍ବାଗତ କରିଥିଲେ ।

ସୂଚନା ଯୋଗ୍ୟ ବିଶ୍ବକପରେ ସେମି ଫାଇନାଲରେ ପରାଜୟ ବରଣ କରିବା ପରେ ସମସ୍ତଙ୍କ ଆଶା ଥିଲା ଧୋନୀ ଏଥର କ୍ରିକେଟରୁ ଅବସର ନେବେ । ମାତ୍ର ଏହି ଆଲୋଚନାକୁ ଭୁଲ ସାବ୍ୟସ୍ତ କରିଥିଲେ ଧୋନି । ପୂର୍ବରୁ ଧୋନି ଟେଷ୍ଟ କ୍ରିକେଟରୁ ଅବସର ଗ୍ରହଣ କରିସାରିଛନ୍ତି । ମାତ୍ର ବର୍ତ୍ତମାନ ମଧ୍ୟ ଧୋନୀଙ୍କୁ ଆହୁରି ଅନେକ ଦିନ ଖେଳିବାର ଅଛି ବୋଲି ଅନେକ ବରିଷ୍ଠ କ୍ରିକେଟର କହିଛନ୍ତି ।

ABOUT THE AUTHOR

...view details