ମୁମ୍ବାଇ: ଆଗାମୀ ଦିନରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ଥିବାରୁ ମୋଟର ଯାନ ଆଇନ ଯୋଗୁ ଆଦାୟ ଜୋରିମାନା ନେଇ ଚିନ୍ତାରେ ସରକାର । ମହାରାଷ୍ଟ୍ର ସରକାର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ପତ୍ର ଲେଖି ଆଇନ ଉପରେ ପୂନର୍ବିଚାର ପାଇଁ ଅନୁରୋଧ କରିଛନ୍ତି ।
ମହାରାଷ୍ଟ୍ରରେ ମନା ନୂଆ ମୋଟର ଯାନ ଆଇନ, ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ - ସଡକ ଜରିମାନା
ନିର୍ବାଚନ ପାଇଁ ନୂଆ ଯାନବାହନ ଆଇନରେ ଆଦାୟ ଜୋରିମାନା କମାଇବାକୁ ନିତିନ ଗଡକରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ।
ଡିଜାଇନ ଫଟୋ
ନୂଆ ଯାତାୟାତ ନିୟମରେ ଅଧିକ ଜୋରିମାନା ଲଗାଯାଉଥିବାରୁ ଏନେଇ ପୂନର୍ବିଚାର କରିବାପାଇଁ ଚିଠିରେ ଲେଖାଯାଇଥିବା ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ଦିବାକର ରାଓ୍ବତେ କହିଛନ୍ତି । ମହାରାଷ୍ଟ୍ର ସରକାର ଜୋରିମାନା କମାଇବା ପାଇଁ କେନ୍ଦ୍ରକୁ କହିଛନ୍ତି । ଲୋକେ ଏତେ ଜୋରିମାନା ଭରଣା କରି ପାରିବେ ନାହିଁ ବୋଲି ପ୍ରଦେଶ ସରକାର କହିଛନ୍ତି ।
ଯେତେ ଦିନ ପର୍ଯ୍ୟନ୍ତ ଚିଠିର ଜବାବ ମିଳି ନାହିଁ ସେତେ ଦିନ ଯାଏ ଅପେକ୍ଷା କରିବା ସହ ନୂଆ ଜୋରିମାନା ଲାଗୁ ନ କରିବା ନେଇ ସରକାର କହିଛନ୍ତି ।