ଓଡିଶା

odisha

ETV Bharat / bharat

ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ଏମଏନଏସର ଏବଂ ଭିଭିଏର ହାତ ଧରିବ କଂଗ୍ରେସ - ଭିଭିଏ

ଲୋକସଭା ପରେ ଏବେ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ ଦେବା ଲାଗି ଅଣ୍ଟା ଭିଡିଛି କଂଗ୍ରେସ । ଆଉ ଏହି ମର୍ମରେ ଚଳିତ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା ଏବଂ ପ୍ରକାଶ ଆମ୍ବେଦକରଙ୍କ ବହୁଜନ ବଞ୍ଚିତ ଆଘାଡି ସହ ମେଣ୍ଟ କରିବା ଯୋଜନାରେ ରହିଛି ଦଳ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jul 16, 2019, 9:10 PM IST

ନୂଆଦିଲ୍ଲୀ: ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ଜୋରଦାର ଝଟକା ଖାଇଛି କଂଗ୍ରେସ । ଏହାର ଭରଣା କରିବାକୁ ଯାଇ ଅନ୍ୟ ଦଳଙ୍କ ସହ ମେଣ୍ଟ କରି ବିଜେପିକୁ ଚେକମେଟ୍ ଦେବାକୁ ରଣନୀତି ଗ୍ରହଣ କରୁଛି ଦଳ । ଆଉ ଏଭଳି ସୁଯୋଗ ଅପେକ୍ଷାରେ ରହିଛି ଦେଶର ସର୍ବପୁରାତନ ଦଳ କଂଗ୍ରେସ ।

ତେବେ ଏଭଳି ସ୍ଥିତି ଦେଖିବାକୁ ମିଳିପାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ । ଆଉ ଦୁଇ ମାସ ପରେ ଏଠାରେ ହେବାକୁ ଯାଉଛି ନିର୍ବାଚନ । ତେବେ ଏହା ପୂର୍ବରୁ ପାଗ ଭିଡିବା ଆରମ୍ଭ କରିଛି କଂଗ୍ରେସ । ଆଉ ଏହି କ୍ରମରେ ଆରମ୍ଭ ନିର୍ବାଚନ ରଣନୀତିର ପ୍ରସ୍ତୁତି । ମେଣ୍ଟ କରି ବିଜେପିକୁ ଚେକମେଟ ଦେବା ଯୋଜନାରେ ରହିଛି କଂଗ୍ରେସ ।


ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା ଏବଂ ପ୍ରକାଶ ଆମ୍ବେଦକରଙ୍କ ବହୁଜନ ବଞ୍ଚିତ ଆଘାଡି ସହ ମେଣ୍ଟ କରିବା ଯୋଜନାରେ ରହିଛି ଦଳ । କିଛିଦିନ ପୂର୍ବେ ମହାରାଷ୍ଟ୍ର ନବନିର୍ମାଣ ସେନାର ପ୍ରମୁଖ ରାଜ ଠାକରେ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିଥିଲେ । ଆଉ ଆଜି ରାଜ୍ୟର ନବନିଯୁକ୍ତ କଂଗ୍ରେସ ଅଧ୍ୟକ୍ଷ ବାଲାସାହେବ ଥୋରାତ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟରେ 2 ଦିନ ପୂର୍ବରୁ କଂଗ୍ରେସ ପକ୍ଷରୁ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି ।

ଅଶୋକ ଚଭନଙ୍କ ବଦଳରେ ବାଲାସାହେବ ଥୋରାତଙ୍କୁ ରାଜ୍ୟ କଂଗ୍ରେସର ମଙ୍ଗୁଆଳ ପଦରେ ଅବସ୍ଥାପିତ କରାଯାଇଛି । ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ମଧ୍ୟ ଆଲୋଚନା ହେଉଛି ।

ABOUT THE AUTHOR

...view details