ଓଡିଶା

odisha

ETV Bharat / bharat

ଆଇଡି ବିସ୍ଫୋରଣରେ 16 ଯବାନ ଶହୀଦ

ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ମାଓବାଦୀଙ୍କ ପକ୍ଷରୁ ବିଛା ଯାଇଥିବା ଇମ୍ପ୍ରୋଭାଇସଡ୍ ଏକ୍ସକ୍ଲୁସିଭ ଡିଭାଇସ(ଆଇଇଡି) ବିସ୍ଫୋରଣରେ 16 ଯବାନଙ୍କ ମୃତ୍ୟୁ ଘଟିଛି । ଏ ଘଟଣାକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଫଟୋ ସୌଜନ୍ୟ: ଟ୍ୱିଟର@ANI

By

Published : May 1, 2019, 3:00 PM IST

ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ରାସ୍ତାରେ ମାଓବାଦୀଙ୍କ ପକ୍ଷରୁ ବିଛା ଯାଇଥିବା ଇମ୍ପ୍ରୋଭାଇସଡ୍ ଏକ୍ସକ୍ଲୁସିଭ ଡିଭାଇସ(ଆଇଇଡି) ବିସ୍ଫୋରଣରେ 16 ଯବାନଙ୍କ ମୃତ୍ୟୁ ଘଟିଛି । ଏକ ପୋଲିସ ଗାଡି ଯୋଗେଁ 16 ଜଣ ଯବାନ ଜିଲ୍ଲାର କୌଣସି ଏକ ସ୍ଥାନକୁ ଯାତ୍ରା କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା ।

ଏହି ବିସ୍ଫୋରଣରେ ପ୍ରଥମେ ଯବାନ ଆହତ ହୋଇଥଲେ । ଏହା ପରେ ତତକ୍ଷଣାତ ଉଭୟ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆହତ ହୋଇଥିବା ଯବାନଙ୍କ ମଧ୍ୟରୁ 16 ଜଣ ଶହୀଦ ହୋଇଯାଇଛନ୍ତି । ଏ ଘଟଣା ସମ୍ପର୍କରେ ମତ ରଖି ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ସୁଧୀର ମୁଙ୍ଗତିୱାର କହିଛନ୍ତି ଏହି ବିସ୍ଫୋରଣରେ ସମସ୍ତ ଯବାନ ଶହୀଦ ହୋଇ ଯାଇଛନ୍ତି । ସେମାନେ ସି-60 ଯବାନ ଥିଲେ ଜଣାପଡିଛି ।


ଏ ଖବର ଶୁଣି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଭଳି ଘଟଣାକୁ ସେ ନିନ୍ଦା କରିବା ସହ ଶହୀଦ ଯବାନଙ୍କୁ ସାଲ୍ୟୁଟ ଜଣାଇଛନ୍ତି। ସେମାନଙ୍କର ବଳିଦାନକୁ କେବେ ଭୁଲି ହେବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ ମହାରାଷ୍ଟ୍ର ପୋଲିସ ଡିଜି ଏବଂ ଗଡଚିରୋଲି ଏସପି ଶହୀଦ ଯବାନଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।

ABOUT THE AUTHOR

...view details