ମୁମ୍ବାଇ: ଦେଶବ୍ୟାପୀ କୋରୋନା ଭାଇରସ୍ ଲକଡାଉନ୍ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଦିନ ମଜୁରିଆ ଏବଂ ବ୍ୟବସାୟୀ, ଚାଷୀ । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରର ଆମ୍ବ ବ୍ୟବସାୟ ଲକଡାଉନ ଯୋଗୁଁ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି ।
ବଜାରରେ କୌଣସି ଗ୍ରାହକ ନ ଥିବାରୁ ବିକ୍ରି ହୋଇପାରୁନି ଷ୍ଟକ ଥିବା ଆମ୍ବ । ପୁଣେର ଆମ୍ବ ବ୍ୟବସାୟୀ ବଲରାଜ ଭୋସଲେ କୁହନ୍ତି, ଏହାକୁ ଅନ୍ୟ ସହରକୁ ପରିବହନ କରିବାରେ ମଧ୍ୟ ଆମେ ଅସୁବିଧାର ସମ୍ମୁଖୀନ ହେଉଛୁ। କାରଣ କେଉଁଠି ଗାଡି ଚାଲୁନାହିଁ । ଫଳରେ କ୍ଷତି ସହିବାକୁ ବାଧ୍ୟ ହେଉଛୁ । ଯଦି ଆଗାମୀ କିଛି ଦିନ ଏପରି ଚାଲେ ତେବେ ଚଳିବା ଅସମ୍ଭବ ହେବ ।