ଓଡିଶା

odisha

ETV Bharat / bharat

ରାଷ୍ଟ୍ରିୟ ସମ୍ମାନ ସହ ସମ୍ପନ୍ନ ହେବ କ୍ୟାପଟେନ ସାଥେଙ୍କ ଶେଷକୃତ୍ୟ - state funeral

କୋଝିକୋଡ୍ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଉଡ଼ାଣ କରୁଥିବା ସ୍ୱର୍ଗତ ୱିଙ୍ଗ କମାଣ୍ଡର କ୍ୟାପଟେନ ଡିଭି ସାଥେଙ୍କ ରାଷ୍ଟ୍ରିୟ ସମ୍ମାନ ସହିତ ହେବ ଅନ୍ତିମ ସଂସ୍କାର । ଏନେଇ ମହାରାଷ୍ଟ୍ର ସିଏମଓ ଟ୍ୱିଟ କରି କହିଛନ୍ତି । ଅଧିକ ପଢନ୍ତୁ...

ସ୍ୱର୍ଗତ ୱିଙ୍ଗ କମାଣ୍ଡର କ୍ୟାପଟେନ ଡିଭି ସାଥେଙ୍କ ରାଷ୍ଟ୍ରିୟ ସମ୍ମାନ ସହ ହେବ ଅନ୍ତିମ ସଂସ୍କାର
ସ୍ୱର୍ଗତ ୱିଙ୍ଗ କମାଣ୍ଡର କ୍ୟାପଟେନ ଡିଭି ସାଥେଙ୍କ ରାଷ୍ଟ୍ରିୟ ସମ୍ମାନ ସହ ହେବ ଅନ୍ତିମ ସଂସ୍କାର

By

Published : Aug 11, 2020, 12:21 PM IST

ମୁମ୍ବାଇ: କୋଝିକୋଡ୍ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଉଡ଼ାଣ କରୁଥିବା ସ୍ୱର୍ଗତ ୱିଙ୍ଗ କମାଣ୍ଡର କ୍ୟାପଟେନ ଡିଭି ସାଥେଙ୍କୁ ରାଷ୍ଟ୍ରିୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରିବାକୁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଅଗଷ୍ଟ 7 ରେ ହୋଇଥିବା ଏହି ଦୁର୍ଘଟଣାରେ 18 ଜଣ ପ୍ରାଣ ହରାଇଥିଲେ । ତାଙ୍କ ଜୀବନୀ ଏବେ ଅନେକ ଯୁବ ପାଇଲଟଙ୍କୁ ପ୍ରେରଣା ଯୋଗାଇବ ବୋଲି ମହାରାଷ୍ଟ୍ର ସିଏମଓ ଟ୍ୱିଟ କରି କହିଛନ୍ତି ।

ରବିବାର ଦିନ ସାଥେଙ୍କ ମୃତଦେହ ମୁମ୍ବାଇର ଏୟାର ଇଣ୍ଡିଆ ବିଲ୍ଡିଂକୁ ଅଣାଯାଇଥିଲା। ତାଙ୍କର ମୃତଦେହ ଆଜି ଡାକ୍ତରଖାନାରୁ ଅଣାଯିବ ଏବଂ ଅନ୍ଧେରି ଇଷ୍ଟରେ ଥିବା ତାଙ୍କ ଘରେ ରଖାଯିବ। କେବଳ ସାଥେଙ୍କ ପରିବାର ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଯିବେ । ନିଜ ଆବାସିକ କମ୍ପ୍ଲେକ୍ସରେ ସାଥେଙ୍କୁ ରାଷ୍ଟ୍ରିୟ ସମ୍ମାନ ପ୍ରଦାନ କରାଯିବ । ଭାରତୀୟ ବାୟୁସେନା (IAF) ଦ୍ୱାରା ପୁଷ୍ପମାଲ୍ୟାର୍ପଣ ସମାରୋହ ମଧ୍ୟ ଅନୁଷ୍ଠିତ ହେବ ।

ଅଗଷ୍ଟ 7 ରେ କୋଝିକୋଡ୍ ର କରିପୁର ବିମାନବନ୍ଦରରେ ଅବତରଣ କରିବା ସମୟରେ 10 ଶିଶୁଙ୍କ ସମେତ 190 ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ କ୍ରାସ୍ ଲ୍ୟାଣ୍ଡିଙ୍ଗ୍ କରିଥିଲା। ଏହାପୂର୍ବରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ଦିପ ସିଂ ପୁରୀ କହିଛନ୍ତି ଯେ, ବିମାନ ଅଧିନିୟମ ଅନୁଯାୟୀ ଅନୁସନ୍ଧାନ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏହି ତଦନ୍ତର ଫଳାଫଳ ସାର୍ବଜନୀନ କରାଯିବ।

@ ANI

ABOUT THE AUTHOR

...view details