ଓଡିଶା

odisha

ETV Bharat / bharat

ମହାବିକାଶ ଅଘାଡିକୁ ନେଇ ବଢିଲା ଆଶଙ୍କା, ଯେକୌଣସି ମୁହୂର୍ତ୍ତରେ ଭାଙ୍ଗିପାରେ ମେଣ୍ଟ

ମହାରାଷ୍ଟ୍ରରେ 3 ମାସ ତଳେ ଗଠନ ହୋଇଥିବା ମେଣ୍ଟ ସରକାରରେ ଦେଖାଦେଇଛି ଆଶା ଆଶଙ୍କା । ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ପାରେ ମେଣ୍ଟ । ପୁଣିଥରେ ଦେବେନ୍ଦ୍ର ଫଡନାଭିସ ହେବେ ମୁଖ୍ୟମନ୍ତ୍ରୀ ! ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Maharashtra shiv sena uddhav thackeray
Maharashtra shiv sena uddhav thackeray

By

Published : Feb 22, 2020, 11:48 PM IST

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ । ପରେ ଉଦ୍ଧବ, ତାଙ୍କ ପୁଅ ଆଦିତ୍ୟ ଓ ଦଳର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତ ଏକ ସାମ୍ବାଦିକ ସମ୍ମିଳନୀ କରି ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଓକିଲାତି କରିଥିଲେ । ଉଦ୍ଧବଙ୍କ ଏହି ଓକିଲାତି ଏବେ ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଦେଇଛି ।

3 ମାସ ପୂର୍ବରୁ ଗଠନ ହୋଇଛି ବୁଝାମଣା ସରକାର

ସିଏଏ ସପକ୍ଷରେ ଉଦ୍ଧବଙ୍କ ଏହି ଓକିଲାତିକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ପ୍ରଶ୍ନ ଉଠୁଛି ଉଦ୍ଧବ ନିଜ ସହଯୋଗୀଙ୍କ ବିରୋଧରେ ଯାଇ କାହିଁକି ସିଏଏ ସପକ୍ଷରେ ବୟାନ ଦେଲେ । ଏହାଦ୍ବାରା ସେ ଗଠବନ୍ଧନର ଧର୍ମ ପାଳନ କଲେ କି ? 2 ଦିନ ପୂର୍ବରୁ ଛତ୍ରପତି ଶିବାଜୀଙ୍କ ଜୟନ୍ତି ଅବସରରେ ଉଦ୍ଧବ କହିଥିଲେ ଆମ ଗଠବନ୍ଧନ ସାଙ୍ଗରେ ଆସିବାରେ ବହୁତ ବିଳମ୍ବ ହୋଇଗଲା । ଯେହେତୁ ଆମେ ଆସିଯାଇଛୁ ଏବେ ମିଳିତ ଭାବେ ଭଲ କାମ କରିବୁ ।

ଏହି ମୁଦ୍ଦା ଗୁଡିକରେ ରହିଛି ଅସହମତି

ମହାରାଷ୍ଟ୍ରରେ ସରକାର ଗଠନର ବର୍ତ୍ତମାନ 3 ମାସ ପୂରଣ ହୋଇନାହିଁ । କିନ୍ତୁ 3 ସହଯୋଗୀ ଦଳ ମଧ୍ୟରେ କିଛି ପ୍ରସଙ୍ଗକୁ ନେଇ ଦେଖାଦେଇଛି ମତଭେଦ । ତେବେ କେଉଁ ମୁଦ୍ଦା ଉପରେ ରହିଛି ମହାବିକାଶ ଅଘାଡି ମଧ୍ୟରେ ମତଭେଦ ...

(1) ନାଗରିକ ସଂଶୋଧନ ଆଇନ

ନାଗରିକ ସଂଶୋଧନ ଆଇନ (ସିଏଏ) କୁ ନେଇ ଶୁକ୍ରବାର ଉଦ୍ଧବ କହିଛନ୍ତି ସିଏଏ ଦେଶର କୌଣସି ନାଗରିକଙ୍କର ନାଗରିକତ୍ବ ନେବ ନାହିଁ । ଏହା ଆମ ପଡୋଶୀ ଦେଶର ସଂଖ୍ୟାଲଘୁଙ୍କୁ ନାଗରିକ ପ୍ରଦାନ କରିବ । ଆଇନକୁ ନେଇ ଦେଶର ସଂଖ୍ୟାଲଘୁଙ୍କୁ ଭୟଭୀତ କରାଯାଉଛି । ଉଦ୍ଧବଙ୍କ ଏହି ବୟାନ ଏକ ବଡ କାରଣ କୁହାଯାଉଛି ମେଣ୍ଟରେ । କାରଣ ସିଏଏ, ଏନଆରସିକୁ ଏନସିପି ଏବଂ କଂଗ୍ରେସ ବିରୋଧ କରୁଛନ୍ତି ।

(2) ଜାତୀୟ ନାଗରିକ ପଞ୍ଜୀକା (ଏନପିଆର)

ସିଏଏ ସହ ଜାତୀୟ ନାଗରିକ ପଞ୍ଜୀକା(ଏନପିଆର) ପ୍ରସଙ୍ଗରେ ମଧ୍ୟ ଶିବସେନା ନିଜ ସହଯୋଗୀଙ୍କ ବିପକ୍ଷରେ ବୟାନ ଦେଇଛି । ଖାଲି ଏତିକି ନୁହେଁ ଏନପିଆର ପ୍ରସଙ୍ଗରେ ଉଦ୍ଧବ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଛନ୍ତି । ଉଦ୍ଧବଙ୍କ ଏହି ବକ୍ତବ୍ୟ ଏଥିପାଇଁ ଗୁରୁତ୍ବ ବହନ କରୁଛିଯେ ମୋଦିଙ୍କୁ ସାକ୍ଷାତ ପରେ ନିଜ ଆଭିମୁଖ୍ୟ ଆହୁରି ସ୍ପଷ୍ଟ କରିଛନ୍ତି । ଯେଉଁଠି କଂଗ୍ରେସ ଓ ଏନସିପି ଏନପିଆରକୁ ବିରୋଧ କରୁଛନ୍ତି ସେହି କ୍ଷେତ୍ରରେ ଉଦ୍ଧବ କେନ୍ଦ୍ର ସରକାର ସପକ୍ଷରେ ବୟାନ ଦେବା କିଛି ନା କିଛି ମେଣ୍ଟରେ ବିବାଦ ଆରମ୍ଭ ହୋଇଛି । ସୂତ୍ର ଅନୁସାରେ ଏନପିଆରରେ ଥିବା ଆପତ୍ତିଜନକ ପ୍ରଶ୍ନକୁ ପ୍ରତ୍ୟାହାର ପାଇଁ ଦାବି କରୁଛି । କିନ୍ତୁ ସେନାର ବିଚାରରେ ଏହା କୌଣସି ଆପତ୍ତି ଜନକ ପ୍ରଶ୍ନ ନୁହେଁ ।

(3) ସାବରକର ପ୍ରସଙ୍ଗରେ ଭିନ୍ନ ବିଚାରଧାରା

ବିନାୟକ ଦାମୋଦର ସାବରକରଙ୍କୁ ନେଇ ଶିବସେନା-କଂଗ୍ରେସ-ଏନସିପି ମେଣ୍ଟରେ ଦେଖାଦେଇଛି ଫାଟ । ମେଣ୍ଟ ସରକାର ଗଠନ ପୂର୍ବରୁ ଏହି ପ୍ରସଙ୍ଗରେ 3 ଦଳ ନିଜ ନିଜ ବିଚାର ରଖିଥିଲେ । କିନ୍ତୁ ସରକାର ଗଠନରେ ଏହି ପ୍ରସଙ୍ଗ ସମସ୍ୟା ହେବାରୁ ଏଥିରୁ ଦୂରେଇ ରହିବା ପାଇଁ ବୁଝାମଣା ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ପ୍ରସଙ୍ଗ 3 ଦଳକୁ ଅଡୁଆ ଭିତରୁକୁ ଠେଲିଦେଇଛି ।

(4) କଂଗ୍ରେସ ଏନସିପିରେ ମଧ୍ୟ ମତଭେଦ

ଏମିତି ନୁହେଁ କି ଖାଲି ଶିବସେନା ଏବଂ ଏନସିପି-କଂଗ୍ରେସ ମଧ୍ୟରେ ମତଭେଦ ଅଛି । ରାଜ୍ୟର ଦୁଇ ପ୍ରମୁଖ ସହଯୋଗୀ ବନିଥିବା ଏନସିପି-କଂଗ୍ରେସ ମଧ୍ୟରେ ମଧ୍ୟ ମତଭେଦ ବଢିବାରେ ଲାଗିଛି ।

ତେବେ ଏହି ସମସ୍ତ ମତଭେଦ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ଶିବସେନାର ପିତା ପୁତ୍ର ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ବିଜେପିର ପିତାମହ ଭୀଷ୍ମ ଲାଲକୃଷ୍ଣ ଆଡଭାନୀଙ୍କୁ ସାକ୍ଷାତ କରିବା ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ଉଭୟ ଯଦିଓ କଂଗ୍ରେସର ଆନ୍ତରୀଣ ଅଧ୍ୟାକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ତଥାପି ବିଜେପି ନେତାଙ୍କୁ ସାକ୍ଷାତ କରିବା ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ଏହାସତ ଯେ ଏକ ସଂଘୀୟ ବ୍ୟବସ୍ଥାରେ କୌଣସି ପ୍ରଦେଶର ମୁଖ୍ୟମନ୍ତ୍ରୀ ବା ଅନ୍ୟ ମନ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ସାକ୍ଷାତ କରିପାରିବେ ।

କିନ୍ତୁ ଚର୍ଚ୍ଚା ଏଥିପାଇଁ ବଢୁଛି ଯେ ମହା ବିକାଶ ଅଘାଡି ମଧ୍ୟରେ କେଉଁଠି ନା କେଉଁଠି ଫାଟ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଏକ ସପ୍ତାହ ତଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମହାରାଷ୍ଟ୍ର ଗସ୍ତରେ ଆସି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ନଡ୍ଡା ସ୍ପଷ୍ଟ କରିଥିଲେ ଭବିଷ୍ୟତରେ ମହାରାଷ୍ଟ୍ରରେ ବିଜେପି ଆଉ କୌଣସି ଦଳ ସହ ଗଠବନ୍ଧନ କରିବ ନାହିଁ । ଏହି ମଞ୍ଚରେ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଆଉ ଥରେ ବିଜେପି ସହ ନିର୍ବାଚନ ଲଢିବାକୁ ଶିବସେନାକୁ ଖୋଲା ଆହ୍ବନ ଦେଇଥିଲେ ।

ଏହି ସବୁ ଘଟଣାକୁ ନେଇ ରାଜନୀତି ପଣ୍ଡିତ ଆକଳନ କରୁଛନ୍ତି ‘ମହା ବିକାଶ ଅଘାଡି’ ଗାଡି କୌଣସି ମୁହୂର୍ତ୍ତରେ ପଙ୍କଚର ହୋଇଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details