ଓଡିଶା

odisha

ETV Bharat / bharat

କୋରୋନା ସଙ୍କଟ: କେରଳ ସରକାରଙ୍କୁ ଚିଠି ଲେଖିଲେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ରରେ ବର୍ତ୍ତମାନ 50 ହଜାରରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ରହିଛନ୍ତି । ଏଥିସହ ଏବେସୁଦ୍ଧା 1635 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ମଧ୍ୟରେ ମହାରାଷ୍ଟ୍ର ସରକାର କେରଳ ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି ।

By

Published : May 25, 2020, 9:55 AM IST

corona
କୋରୋନା ସଙ୍କଟକୁ ନେଇ କେରଳ ସରକାରଙ୍କୁ ଚିଠି ଲେଖିଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ସମଗ୍ର ଦେଶରେ ମହାରାଷ୍ଟ୍ର କୋରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି । କେବଳ ମହାରାଷ୍ଟ୍ରରେ ବର୍ତ୍ତମାନ 50 ହଜାରରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ରହିଛନ୍ତି । ଏଥିସହ ଏବେସୁଦ୍ଧା 1635 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ମଧ୍ୟରେ ମହାରାଷ୍ଟ୍ର ସରକାର କେରଳ ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି ।

ମହାରାଷ୍ଟ୍ର ସରକାର କେରଳକୁ ଏକ ଚିଠି ଲେଖି କହିଛନ୍ତି, ମହାରାଷ୍ଟ୍ରକୁ ଅଭିଜ୍ଞ ଡାକ୍ତର ଏବଂ ନର୍ସ ପଠାନ୍ତୁ । ଯାହାଦ୍ବାରା ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତି ଠିକ୍ ହୋଇପାରିବ ।

ସୂଚନା ଅନୁଯାୟୀ, କେରଳ ସରକାର ପ୍ରୟାସ କରି ନିଜ ରାଜ୍ୟରେ କୋରୋନା ସଂକ୍ରମଣ କମ କରିବାରେ ସଫଳତା ପାଇଛନ୍ତି । ମହାରାଷ୍ଟ୍ର ସରକାର ଲେଖିଥିବା ଚିଠିରେ କୁହାଯାଇଛି ଯେ, ମହାରାଷ୍ଟ୍ରର ମୁମ୍ବାଇ ଏବଂ ପୁନେରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ଭବିଷ୍ୟତରେ ମୁମ୍ବାଇ ଏବଂ ପୁନେରେ ଅଧିକ କୋରୋନା ଆକ୍ରାନ୍ତଙ୍କ ମାମଲା ବଢିବାର ଆଶଙ୍କା କରାଯାଉଛି ।

ଚିଠିରେ ଏହା ମଧ୍ୟ ଲେଖାଯାଇଛି ଯେ, ଏଭଳି ଚିନ୍ତାଜନକ ସ୍ଥିତିକୁ ଦେଖି ମହାରାଷ୍ଟ୍ର ସରକାର ମୁମ୍ବାଇର ମହାଲକ୍ଷ୍ମୀ ରେସକୋର୍ସ ଅଞ୍ଚଳରେ 600 ଶଯ୍ୟା ବିଶିଷ୍ଟ କୋରୋନା ମେଡିକାଲ ନିର୍ମାଣ କରିବାକୁ ଯାଉଛୁ । ଏଥିରେ 125 ଶଯ୍ୟା ଆଇସିୟୁ ହେବ । କୋରୋନା ମଧ୍ୟମ ଧରଣ ଲକ୍ଷଣ ଲୋକଙ୍କୁ ଏଠାରେ ରଖାଯିବ ।

ମହାରାଷ୍ଟ୍ର ସରକାର କହିଛନ୍ତି, ଆମେ ପର୍ଯ୍ୟାପ୍ତ ମାନବ କ୍ଷମତା ବଜାୟ ରଖିବା ପାଇଁ କାମ କରୁଛୁ । ଏଭଳି ସମୟରେ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀମାନେ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟ ସହ କାମ କରୁଛନ୍ତି । ବେସରକାରୀ ଡାକ୍ତରଙ୍କ ଠାରୁ ମଧ୍ୟ ସରକାର ସେବା ନେଉଛନ୍ତି । ଆମକୁ ଅତିରିକ୍ତ ଡାକ୍ତର ଏବଂ ନର୍ସ ଦରକାର ଅଛନ୍ତି।

ଏହାଛଡା ଚିଠିରେ ଏହା ମଧ୍ୟ କୁହାଯାଇଛି, ରାଜ୍ୟ ସରକାର ଏମବିବିଏସ ଡାକ୍ତରଙ୍କୁ ମାସକୁ 80 ହଜାର ଟଙ୍କା ଏବଂ ଏମଡି କିମ୍ବା ଏମଏସ ବିଶେଷଜ୍ଞ ଡାକ୍ତରଙ୍କୁ ମାସକୁ 2 ଲକ୍ଷ ଟଙ୍କା ଦେବେ। ନର୍ସଙ୍କୁ ମାସକୁ 30 ହଜାର ଟଙ୍କା ଦିଆଯିବ । ଏଥିସହ ରାଜ୍ୟ ସରକାର ସେମାନଙ୍କ ରହିବା ଏବଂ ଖାଦ୍ୟ ପାଇଁ ବ୍ୟବସ୍ଥା କରିବେ। ସେମାନଙ୍କୁ ଚିକିତ୍ସା ଉପକରଣ, ଔଷଧ ଏବଂ ଅନ୍ୟାନ୍ୟ ଉପକରଣ ମଧ୍ୟ ଯୋଗାଇ ଦିଆଯିବ ।

ABOUT THE AUTHOR

...view details