ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ 80 ହଜାର ଅଭିମୁଖେ ମୋଟ ଆକ୍ରାନ୍ତ - ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ ପ୍ରାୟ 3000 ମାମଲା ସାମନାକୁ ଆସିଛି । ଏବେ ସୁଦ୍ଧା ମୋଟ୍ 77 ହଜାର 793 ଲୋକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ମହାରାଷ୍ଟ୍ର ପୋଲିସ କୋରୋନା ମହାମାରୀ ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏବେ ସୁଦ୍ଧା ମୋଟ୍ 2557 ଜଣ ପୋଲିସ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ 80 ହଜାର ଅଭିମୁଖେ ମୋଟ୍ ଆକ୍ରାନ୍ତ
ମହାରାଷ୍ଟ୍ରରେ 80 ହଜାର ଅଭିମୁଖେ ମୋଟ୍ ଆକ୍ରାନ୍ତ

By

Published : Jun 4, 2020, 11:26 PM IST

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଗମ୍ଭୀର ପାଲଟିଛି । ଦିନକୁ ଦିନ ଏଠାରେ ପଜିଟିଭ ସଂଖ୍ୟା ଅଧିକ ବାହାରୁଛି । ଗତ 24 ଘଣ୍ଟାରେ ପ୍ରାୟ 3000 ମାମଲା ସାମନାକୁ ଆସିଛି ।

ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଗୁରୁବାର ଏଠାରେ 2933 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରଥମ ଥର ପାଇଁ ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ଖବର ଅନୁସାରେ ଗୁରୁବାର ରାଜ୍ୟରେ 123 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା 2710 ରହିଛି ।

ଏବେ ସୁଦ୍ଧା ମୋଟ୍ 77 ହଜାର 793 ଲୋକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ମାୟା ନଗରୀ ମୁମ୍ବାଇରେ 24 ଘଣ୍ଟାରେ 1442 ମାମଲା ସାମନାକୁ ଆସିଛି । ଏହାସହ 48 ଜଣଙ୍କ ମୃତ୍ୟୁ ହୋଇଛି । ମୁମ୍ବାଇରେ ମୋଟ୍ ଆକ୍ରାନ୍ତ ସଂଖ୍ୟା 44 ହଜାର 704 ରହିଛି । ମୃତ୍ୟୁସଂଖ୍ୟା 1465 ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସେହିପରି ମହାରାଷ୍ଟ୍ର ପୋଲିସ କୋରୋନା ମହାମାରୀ ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏବେ ସୁଦ୍ଧା ମୋଟ୍ 2557 ଜଣ ପୋଲିସ ସଂକ୍ରମିତ ହୋଇଛନ୍ତି । ସେହିପରି 30 ଜଣଙ୍କର ଏହି ମହାମାରୀରେ ପ୍ରାଣ ଯାଇଛି ।

ABOUT THE AUTHOR

...view details