ଓଡିଶା

odisha

ETV Bharat / bharat

ମହାମାରୀ ମାଡରେ ଦରମରା ମହାରାଷ୍ଟ୍ର, 24 ଘଣ୍ଟାରେ 8641 ମାମଲା 261 ମୃତ୍ୟୁ

ମହାମାରୀ ମାଡରେ ବେହାଲ ମହାରାଷ୍ଟ୍ର। ପ୍ରତ୍ୟେକ ଦିନ ବାହାରୁଛନ୍ତି ହଜାର ହଜାର ଆକ୍ରାନ୍ତ। ରାଜ୍ୟରେ 24 ଘଣ୍ଟା ମଧ୍ୟରେ ପ୍ରାୟ 8,641 ମାମଲା ଓ 261 ମୃତ୍ୟୁ ରେକର୍ଡ କରାଯାଉଛି। ରାଜ୍ଏୟରେ ସର୍ବମୋଟ ସଂକ୍ରମଣ ଟାଲି 2,84,281ରେ ପହଁଞ୍ଚି ଥିବା ବେଳେ ଖୁବ୍ କମ ଦିନରେ ଏହା 3 ଲକ୍ଷ ଛୁଇଁଯିବ।

By

Published : Jul 17, 2020, 8:07 AM IST

ମହାମାରୀ ମାଡରେ ଦରମରା ମହାରାଷ୍ଟ୍ର, 24 ଘଣ୍ଟାରେ 8641 ମାମଲା  261 ମୃତ୍ୟୁ
ମହାମାରୀ ମାଡରେ ଦରମରା ମହାରାଷ୍ଟ୍ର, 24 ଘଣ୍ଟାରେ 8641 ମାମଲା 261 ମୃତ୍ୟୁ

ପୁଣେ: ମହାମାରୀ ମାଡରେ ବେହାଲ ମହାରାଷ୍ଟ୍ର। ପ୍ରତ୍ୟେକ ଦିନ ବାହାରୁଛନ୍ତି ହଜାର ହଜାର ଆକ୍ରାନ୍ତ। ଦେଶର ଅର୍ଦ୍ଧାଧିକ ସଂକ୍ରମଣ ମାମଲା ଏହି ରାଜ୍ୟରୁ ଚିହ୍ନଟ କରାଯାଉଛି। ରାଜ୍ୟରେ 24 ଘଣ୍ଟା ମଧ୍ୟରେ ପ୍ରାୟ 8,641 ମାମଲା ଓ 261 ମୃତ୍ୟୁ ରେକର୍ଡ କରାଯାଉଛି।

ତେବେ ବର୍ତ୍ତମାନ ଭାରତରେ ସଂକ୍ରମଣ ମାମଲା ଦୁଇ ଅଙ୍କଙ୍କୁ ପ୍ରବେଶ କରିଥିଲା ବେଳେ ଦେଶର ପୂର୍ବ ସ୍ଥିତିରେ ଆସି ପହଁଞ୍ଚିଲାଣି ମହାରାଷ୍ଟ୍ର। ଦିନକୁ ଦିନ ଏଠାକାର ସ୍ଥିତି ସଙ୍ଗୀନ ହେଉଥିବା ବେଳେ ଅନେକ ଲୋକଙ୍କ ଜୀବନ ଯାଉଛି। ଦେଶର ପ୍ରଥମ ରାଜ୍ୟ ଭାବେ ଏଠାରେ କୋରୋନା ମାମଲା 2 ଲକ୍ଷରେ ପ୍ରବେଶ କରିଛି। ବର୍ତ୍ତମାନ ଏହି ଟାଲି 2,84,281ରେ ପହଁଞ୍ଚି ଥିବା ବେଳେ ଖୁବ୍ କମ ଦିନରେ ଏହା 3 ଲକ୍ଷ ଛୁଇଁଯିବ। ରାଜ୍ୟରେ ସର୍ବମୋଟ କୋରୋନା ମୃତ୍ୟୁସଂଖ୍ୟା 11, 194ରେ ପହଁଞ୍ଚିଲାଣି।

ପୁନରୁଦ୍ଧାର ପରେ ଆଜି 5527 ରୋଗୀଙ୍କୁ ଡିସଚାର୍ଜ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ 158140 ରୋଗୀ ମହାରାଷ୍ଟ୍ରରେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି। ମୁମ୍ବାଇରେ, ଗତ 24 ଘଣ୍ଟା ମଧ୍ୟରେ 56 ଜଣଙ୍କ ମୃତ୍ୟୁ ସହିତ କୋଭିଡ୍ 19 ରୋଗୀ 97950 କୁ ବୃଦ୍ଧି ପାଇଛନ୍ତି। ଏହି ମାରାତ୍ମକ ଭୂତାଣୁ ଯୋଗୁଁ ମୁମ୍ବାଇରେ ମୋଟ 5523 ମୃତ୍ୟୁ ଘଟିଛି।

ବର୍ତ୍ତମାନ ସୁଦ୍ଧା 14,46, 386 ଜଣଙ୍କ ପରୀକ୍ଷା କରାଯାଇଛି। ଏହାସହ ରାଜ୍ୟରେ 1,14,907 ସକ୍ରିୟ ମାମଲା ରହିଛି, ଯେଉଁଥିରେ ପୁନରୁଦ୍ଧାର ହାର 55.63 ପ୍ରତିଶତ ଥିବାବେଳେ ମୃତ୍ୟୁହାର 3.94 ପ୍ରତିଶତ ରହିଛି। ବର୍ତ୍ତମାନ 7,10,394 ଲୋକ ହୋମ କ୍ବାରେଣ୍ଟିନ ଏବଂ ଅନୁଷ୍ଠାନିକ କ୍ବାରେଣ୍ଟିନରେ 42,833 ହଜାର ଲୋକ ଅଛନ୍ତି।

ABOUT THE AUTHOR

...view details