ଓଡିଶା

odisha

ଶପଥ ଗ୍ରହଣ ପାଇଁ ଚାଲିଛି ଷ୍ଟେଜ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ କିଏ ଅସ୍ପଷ୍ଟ

By

Published : Nov 3, 2019, 9:32 AM IST

ମହାରାଷ୍ଟ୍ରର କ୍ଷମତା ଘମାସାନା ଆହୁରି ଜଟିଳ ହେବାରେ ଲାଗିଛି । ବିଜେପି ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଶିବସେନା ମଧ୍ୟ ଜାରି ରଖିଛି ନିଜ ଅଭିଯାନ ।

ଫାଇଲ ଫଟୋ

ହାଇଦ୍ରାବାଦ: ମହାରାଷ୍ଟ୍ରରେ କେଉଁ ଦଳ ସରକାର ଗଠନ କରିବ ତାହା ଜଣାପଡି ନାହିଁ । କିଏ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଏବେ ବି ଅସ୍ପଷ୍ଟ ? ବିଜେପି-ଶିବସେନା ମେଣ୍ଟ ବଜାୟ ରଖିବେ କି? ନା ଦଳୀୟ ସ୍ବାର୍ଥ ପାଇଁ ମେଣ୍ଟର ପତନ ଘଟିବ ? ଯଦି ମେଣ୍ଟ ହୁଏ କିଏ ହେବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ନା ଆଦିତ୍ୟ ? ନା ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହେବ ନୂଆ ସମୀକରଣ ।

ଏମିତି ଅନେକ ପ୍ରଶ୍ନ ଏବେ ସାରା ଦେଶରେ ଲାଗି ରହିଛି । ରାଜନୈତିକ ପଣ୍ଡିତମାନେ ଜାରି ରଖିଛନ୍ତି ଅଙ୍କ କଷା । ଠିକ ଏତିକି ବେଳେ ମୁମ୍ବାଇ ସ୍ଥିତ ବିଧାନ ଭବନରେ ଶପଥ ଗ୍ରହଣ ଉତ୍ସବ ପାଇଁ ଚାଲିଛି ମଞ୍ଚ ପ୍ରସ୍ତୁତି । ଅତିଥିଙ୍କ ପାଇଁ ଚୌକି ପଡୁଛି । ସଜାସଜ୍ଜା ଜୋରସୋରରେ ହେଉଛି । କେଉଁ ଦଳର ନିର୍ଦ୍ଦେଶ ଏହି ଶପଥ ପାଇଁ ପ୍ରସ୍ତୁତି ହେଉଛି ତାହା ଏବେ ଅନ୍ଧାରରେ ।

ଆସନ୍ତା 7 ତାରିଖରେ ବର୍ତ୍ତମାନର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି । ଯଦି ଏହି ସମୟ ଭିତରେ ନୂଆ ସରକାର ଗଠନ ନହୁଏ, ତେବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗି ପାରେ । ବିଜେପି-ଶିବସେନା ନିଜ ଦଳୀୟ ସ୍ବାର୍ଥରୁ ଊର୍ଦ୍ଧ୍ବକୁ ଉଠି ଲୋକମତକୁ ସମ୍ମାନ ଦେଇ ଯଦି ସରକାର ଗଠନ କରନ୍ତି, ତାହା ଉଭୟ ଦଳଙ୍କ ସମେତ ଜନତାଙ୍କ ପାଇଁ ମଙ୍ଗଳ ହେବ ବୋଲି ରାଜନୀତିକ ବିଶାରଦମାନେ ଅନୁଭବ କରୁଛନ୍ତି ।


ସୂଚନାଯୋଗ୍ୟ 288 ଆସନ ବିଶିଷ୍ଟ ମହାରାଷ୍ଟ୍ରର ଚଳିତ ବିଧାନସଭା ନିର୍ବାଚନରେ ବିଜେପି 105 ସିଟରେ ବିଜୟ ହୋଇଥିବା ବେଳେ ଶିବସେନାକୁ ମିଳିଛି 56, ଏନସିପି 54ଓ କଂଗ୍ରେସ 44 ସିଟରେ ବିଜୟ ହୋଇଛନ୍ତି ।

ABOUT THE AUTHOR

...view details